Mumbai Municipal Hospital Dr's medical team inspect a man in slum area in Mumbai, where government found suspected cases. THE WEEK Picture by Amey Mansabdar (Print/OnLine) 06/04/2020
ନୂଆଦିଲ୍ଲୀ,୨୭।୫: ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୭୯୨ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଏଠାରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ ଏହି ସମୟ ମଧ୍ୟରେ ୩୧୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ୨୫୭ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୩୦୩ ଛୁଇଁଛି। ଇତିମଧ୍ୟରେ ୭ ହଜାର ୨୬୪ ଜଣ ସଂକ୍ରମିତ ଚିକିତ୍ସାପରେ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୭ ହଜାର ୬୯୦ ଜଣଙ୍କର ଚିକିତ୍ସା ଜାରି ରହିଛି। ଏଠାରେ ୧୯ ମେ ଠାରୁ ୨୫ ମେ ପର୍ଯ୍ୟନ୍ତ ପ୍ରତିଦିନ ୫ ଶହରୁ ଅଧିକ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ତେବେ ମେ ୨୬ରେ ୪୧୨ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ମେ ୨୨ରେ ୬୬୦ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ମେ ୨୫ରେ ୬୩୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସମ୍ପ୍ରତି ଦିଲ୍ଲୀର ହସ୍ପିଟାଲରେ ୨ ହଜାର ୧୧୮ଜଣ ସଂକ୍ରମିତ ଚିକିତ୍ସିତ ହେଉଥିବାବେଳେ ୧୯୧ ଜଣ ଆଇସିୟୁରେ ଏବଂ ୩୨ ଜଣ ଭେଣ୍ଟିଲେଟରରେ ରହିଛନ୍ତି।