Giaspura: A view of the house damaged in a LPG cylinder blast in which 29 persons were injured, in Ludhiana's Giaspura on April 26, 2018. (Photo: IANS)
ନୂଆଦିଲ୍ଲୀ,୧୪।୧: ଗତ କିଛି ଦିନରୁ ଦିଲ୍ଲୀରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସୁଛି। ଇତିମଧ୍ୟରେ ପଶ୍ଚିମ ଦିଲ୍ଲୀର ଉତ୍ତମ ନଗର ଅଞ୍ଚଳର ଏକ ଘରେ ସିଲିଣ୍ଡର ବ୍ଲାଷ୍ଟ ହୋଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ୪ଜଣ ଆହତଙ୍କ ମଧ୍ୟରେ ଜଣେ ୧୪ବର୍ଷର ନାବାଳିକା ଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ୪ଜଣ ଘରେ ଥିବା ବେଳେ ହଠାତ୍ ଏଲ୍ପିଜି ସିଲିଣ୍ଡର ବ୍ଲାଷ୍ଟ ହୋଇଥିଲା। ଏହି ଅଗ୍ନିକାଣ୍ଡରେ ୪ଜଣ ଜଳିଯାଇଥିଲେ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଆହତ ପପୁ(୪୨)ଙ୍କ ଶରୀର ଓ ବାବୁଲାଲ(୪୦)ଙ୍କ ଶରୀର ୨୫ ପ୍ରତିଶତ ଜଳିଯାଇଛି। ସେହିପରି ରାଜେନ୍ଦ୍ର(୪୦)ଙ୍କ ଶରୀର ୪୦ପ୍ରତିଶତ ଜଳିଯାଇଥିବା ବେଳେ ଆରତୀ (୧୪)ଙ୍କ ଶରୀର ୧୦ ପ୍ରତିଶତ ଜଳିଯାଇଥିବା କୁହାଯାଉଛି।