A woman wearing a protective mask waits for a bus to return to her village during lockdown by the authorities to limit the spreading of coronavirus disease (COVID-19), in New Delhi, India March 23, 2020. REUTERS/Adnan Abidi
ନୂଆଦିଲ୍ଲୀ,୨୪।୩: କରୋନା ଭାଇରସ ସଂକ୍ରମଣକୁ ନେଇ ସବୁଆଡେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ବି ସୋମବାର ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ଛୁଇଁଥିଲା। ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ଗୋଟିଏ ବି କରୋନା ପଜିଟିଭ ଘଟଣା ସାମ୍ନାକୁ ଆସି ନ ଥିବା ବେଳେ ଲୋକେ ସାମାନ୍ୟ ଆଶ୍ୱସ୍ତ ହୋଇଥିବା କୁହାଯାଉଛି। ସେପଟେ ଦିଲ୍ଲୀର କିଛି ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ମଙ୍ଗଳବାର ଏଠାରେ ସମ୍ପୁର୍ଣ୍ଣ ଭାବେ କର୍ଫ୍ୟୁ ଜାରି କରାଯାଇଛି। ପ୍ରଥମ ୩ ଦିନ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ୧୬ ନୂଆ କରୋନା ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ଏହା ସମସ୍ତଙ୍କ ଚିନ୍ତାକୁ ବଢାଇ ଦେଇଥିଲା। ଏବେ ଭାରତରେ କରୋନାର ସ୍ଥିତି ଷ୍ଟେଜ ୨ରେ ଥିବା ବେଳେ ଆସନ୍ତା କେତେ ଘଣ୍ଟା ଭାରତ ପାଇଁ ବେଶ୍ ଗୁରୁତ୍ୱ ରଖେ ବୋଲି କୁହାଯାଉଛି। କାରଣ ଏହା ଯଦି ଆସନ୍ତା କିଛି ଘଣ୍ଟା ମଧ୍ୟରେ ଷ୍ଟେଜ୍ ୩ରେ ପହଞ୍ଚିଗଲା ତେବେ କରୋନା ସ୍ଥିତି ଅଣାୟତ ହେବ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଦେଶର ଅଧିକାଂଶ ରାଜ୍ୟକୁ ଲକ୍ ଡାଉନ୍ ଘୋଷଣା କରାଯିବା ସହ କିଛି କିଛି ରାଜ୍ୟରେ କର୍ଫ୍ୟୁ ଲାଗୁ କରାଯାଇଛି।