ଦିବ୍ୟାଙ୍ଗ ବାଳକଙ୍କ ପାଖକୁ ବ୍ୟାଟ୍‌ ପଠାଇଲେ ସଚିନ ତେନ୍ଦୁଲକର

ରାୟପୁର, ୧୯।୧: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଛତିଶଗଡ଼ର ବସ୍ତର ଜିଲାର ଜଣେ ୧୨ ବର୍ଷ ବୟସ୍କ ଦିବ୍ୟାଙ୍ଗ ବାଳକଙ୍କ ପାଖକୁ ବ୍ୟାଟ୍‌ ପଠାଇଛନ୍ତି। ସେ ବାଳକ ଜଣକ ହେଉଛନ୍ତି ମଡ୍ଡାରାମ କବାସୀ। ମଡ୍ଡାରାମ ହ୍ବିଲ୍‌ଚେୟାର କ୍ରିକେଟ ଖେଳୁଥିବାର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିଲା। ଏହା ସଚିନଙ୍କ ନଜରକୁ ଆସିଥିଲା। ମଡ୍ଡାରାମଙ୍କ ଉତ୍ସାହ ଦେଖି ସଚିନ୍‌ ବେଶ୍‌ ପ୍ରଭାବିତ ହୋଇଥିଲେ। ତେଣୁ ସେ ତାଙ୍କ ପାଖକୁ ଉପହାର ଭାବେ ବ୍ୟାଟ୍‌ ସହିତ ଏକ ଚିଠି ମଧ୍ୟ ପଠାଇଛନ୍ତି। ଏହିପରି ଖେଳ ଜାରି ରଖିବା ପାଇଁ ସେ ମଡ୍ଡାରାମଙ୍କୁ ପରାମର୍ଶ ଦେଇଛନ୍ତି।