PERTH, AUSTRALIA - DECEMBER 15: Mitchell Starc of Australia celebrates after taking the wicket of Jeet Raval of New Zealand caught by Nathan Lyon of Australia during day four of the First Test match in the series between Australia and New Zealand at Optus Stadium on December 15, 2019 in Perth, Australia. (Photo by Cameron Spencer/Getty Images)
ପର୍ଥ, ୧୫।୧୨ (ଏଏଫ୍ପି)- ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଏଠାରେ ଖେଳାଯାଇଥିବା ଦିବା-ରାତ୍ର ଟେଷ୍ଟ ମ୍ୟାଚ୍କୁ ଅଷ୍ଟ୍ରେଲିଆ ୨୯୬ ରନର ବୃହତ୍ ବ୍ୟବଧାନରେ ଜିତି ନେଇଛି। ଘରୋଇ ଦଳ ପକ୍ଷରୁ ଧାର୍ଯ୍ୟ ୪୬୮ ରନର ବିଶାଳ ଟାର୍ଗେଟ୍କୁ ପିଛା କରି ନ୍ୟୁଜିଲାଣ୍ଡ ରବିବାର ମ୍ୟାଚ୍ର ୪ର୍ଥ ଦିବସରେ ଦ୍ୱିତୀୟ ଇନିଂସରେ ୧୭୧ ରନରେ ଅଲ୍ଆଉଟ୍ ହୋଇଥିଲା। ବିଜୟ ସହ ଅଷ୍ଟ୍ରେଲିଆ ୩ ମ୍ୟାଚ୍ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ଡିସେମ୍ବର ୨୬ରୁ ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ (ଏମ୍ସିଜି)ରେ ଦ୍ୱିତୀୟ ମ୍ୟାଚ୍ ଆରମ୍ଭ ହେବ।
ରନରେ ଅଗ୍ରଣୀ ଲାଭ କରିଥିବା ଅଷ୍ଟ୍ରେଲିଆ ଶନିବାର ଖେଳ ଶେଷ ସୁଦ୍ଧା ୨ୟ ଇନିଂସରେ ୬ ଉଇକେଟ୍ ହରାଇ ୧୬୭ ରନ କରିଥିଲା। ରବିବାର ୨୧୭/୯ରେ ଦ୍ୱିତୀୟ ଇନିଂସ ଘୋଷଣା କରିବା ସହ ନ୍ୟୁଜିଲାଣ୍ଡ ସମ୍ମୁଖରେ ୪୬୮ ରନର ଏକ କଷ୍ଟସାଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଘରୋଇ ଦଳର ୩ ବୋଲର ମିଚେଲ ଷ୍ଟାର୍କ (୪/୪୫), ଜୋଶ୍ ହାଜେଲଉଡ୍ (୨/୩୧) ଓ ନାଥନ ଲିୟନ (୪/୬୩)ଙ୍କ ବୋଲିଂକୁ ସାମ୍ନା କରି ନ ପାରି ନ୍ୟୁଜିଲାଣ୍ଡ ୬୫.୩ ଓଭରରେ ୧୭୧ ରନରେ ସୀମିତ ରହିଥିଲା। ବିଜେ ଓ୍ବାଟଲିଂ (୪୦) ଓ କଲିନ ଡି ଗ୍ରାଣ୍ଡହୋମ୍ (୩୩)ଙ୍କୁ ଛାଡ଼ିଦେଲେ ଅନ୍ୟକୌଣସି କିଓ୍ବି ବ୍ୟାଟ୍ସମ୍ୟାନ ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ। ଏହି ଦିବା-ରାତ୍ର ପିଙ୍କ ବଲ୍ ଟେଷ୍ଟ ମ୍ୟାଚ୍ରେ ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ମାର୍ନସ ଲାବୁସେନ (୧୪୩)ଙ୍କ ଶତକ ବଳରେ ୪୧୬ ରନ କରିଥିଲା। ଜବାବରେ ରସ୍ ଟେଲର (୮୦)ଙ୍କ ଉପଯୋଗୀ ବ୍ୟାଟିଂ ସତ୍ତ୍ୱେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୧୬୬ ରନରେ ସୀମିତ ରହିଥିଲା। ମ୍ୟାଚରେ ମୋଟ୍ ୯ ଉଇକେଟ୍ ନେଇଥିବା ଷ୍ଟାର୍କ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ।