Sri Lankan cricketer Dasun Shanaka (2R) celebrates with teammates after dismissing Bangladeshi cricketer Mushfiqur Rahim during the third one day international (ODI) cricket match of a three-match ODI series between Sri Lanka and Bangladesh at R. Premadasa Stadium in Colombo on July 31, 2019. (Photo by ISHARA S. KODIKARA / AFP) (Photo credit should read ISHARA S. KODIKARA/AFP/Getty Images)
କଲମ୍ବୋ,୧।୮- ବାଂଲାଦେଶ ବିପକ୍ଷ ଦିନିକିଆ ସିରଜ୍ରେ ଘରୋଇ ଶ୍ରୀଲଙ୍କା କ୍ଲିନ୍ ସୁଇପ୍ କରିଛି। ସ୍ଥାନୀୟ ଆର. ପ୍ରେମଦାସା ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ଶ୍ରୀଲଙ୍କା ୧୨୨ ରନରେ ବାଂଲାଦେଶକୁ ହରାଇଛି। ଫଳରେ ଶ୍ରୀଲଙ୍କ ୩-୦ରେ ସିରଜ୍ ପୋଛି ନେଇଛି। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୨୯୪ ରନ ସଂଗ୍ରହ କରିଥିଲା। ଜବାବରେ ବାଂଲଦେଶ ୩୬ ଓଭରରେ ୧୭୨ ରନ କରି ଅଲଆଉଟ ହେବା ସହ ଆତ୍ମସମର୍ପଣ କରିଥିଲା। ୮୭ ରନର ଉପଯୋଗୀ ପାଳି ଖେଳିଥିବା ଶ୍ରୀଲଙ୍କାର ଆଞ୍ଜୋଲୋ ମାଥ୍ୟୁସ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
୨୯୫ ରନ ଟାର୍ଗେଟ୍ର ପିଛା କରି ବାଂଲାଦେଶ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ଗୋଟିଏ ପରେ ଗୋଟଏ ଉଇକେଟ ହରାଇଥିଲା। ଦଳର ୭ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁପାରି ନ ଥିଲେ। ସୌମ୍ୟ ସରକାର ସର୍ବାଧିକ ୬୯ ରନ କରିଥିବାବେଳେ ତାଇଜୁଲ ଇସ୍ଲାମ ୩୮ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଶ୍ରୀଲଙ୍କା ତରଫରୁ ଦସୁନ ସନକା ୩, କସୁନ ରଜିଥା ଓ ଲାହିରୁ କୁମାର ୨ଟି ଲେଖାଏ, ଅକିଳ ଦନଞ୍ଜୟ ଓ ଓ୍ବାନିଡୁ ହାସରଙ୍ଗା ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ତରଫରୁ ମାଥ୍ୟୁସ ସର୍ବାଧିକ ୮୭, କୁଶଲ ମେଣ୍ଡିସ୍ ୫୪, କୁଶଲ ପେରେରା ୪୨, ଅଧିନାୟକ ଦିମୁଥ କରୁଣାରତ୍ନେ ୪୬, ସନକା ୩୦ ରନ ସଂଗ୍ରହ କରିଥିଲେ। ବୋଲିଂରେ ବାଂଲାଦେଶ ତରଫରୁ ସୈଫୁଲ ଇସ୍ଲାମ ଓ ସୌମ୍ୟ ୩ଟି ଲେଖାଏ, ରୁବେଲ ହୋସେନ ଓ ତାଇଜୁଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ୫୦ ଓଭରରେ ୨୯୪/୮
(ମାଥ୍ୟୁସ- ୮୭, ମେଣ୍ଡିସ୍- ୫୪, ପେରେରା- ୪୨, କରୁଣାରତ୍ନେ- ୪୬, ସୈଫୁଲ- ୩/ ୬୮, ସୌମ୍ୟ-୩/ ୫୬)।
ବାଂଲାଦେଶ ୩୬ ଓଭରରେ ୧୭୨ ଅଲ୍ଆଉଟ
(ସୌମ୍ୟ-୬୯, ତାଇଜୁଲ- ୩୯*, ଶନକା- ୩/ ୨୭, ରଜିଥା- ୨/ ୧୭, ଲାହିରୁ- ୨/୨୬)।