Pakistan's batsman Abid Ali celebrates after scoring 50 runs during the third and final one day international (ODI) cricket match between Pakistan and Sri Lanka in Karachi on October 2, 2019. - Recharged opener Danushka Gunathilaka scored a career best century to lift Sri Lanka to a challenging 297-9 against Pakistan in the third and final day-night international against Pakistan in Karachi on October 2. (Photo by ASIF HASSAN / AFP) (Photo by ASIF HASSAN/AFP via Getty Images)
କରାଚି,୩।୧୦- ଏଠାରେ ବୁଧବାର ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ଘରୋଇ ପାକିସ୍ତାନ ୧୦ଟି ବଲ୍ ବାକିଥାଇ ୫ ଉଇକେଟରେ ଅତି ସହଜରେ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ପାକିସ୍ତାନ ୨-୦ରେ ବିଜୟୀ ହୋଇଛି। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୯୭ ରନ ସଂଗ୍ରହ କରିଥିଲା। ଜବାବରେ ପାକିସ୍ତାନ ୪୮.୨ ଓଭରରେ ୫ ଉଇକେଟ ହରାଇ ୨୯୯ ରନକରି ବିଜୟୀ ହୋଇଛି। ପାକିସ୍ତାନ ତରଫରୁ ଓପନର ଫକାର ଜମାନ ସର୍ବାଧିକ ୭୬, ଅବିଦ ଅଲି ୭୪, ହାରିସ ସୋହେଲ ୫୬, ବାବର ଆଜମ ୩୧, ଅଧିନାୟକ ସର୍ଫରାଜ ଅହମ୍ମଦ ୨୩ ରନ କରି ଆଉଟ ହୋଇଥିଲେ। ଇଫତିକାର ଅହମ୍ମଦ ୨୮ ରନ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ। ବୋଲିଂରେ ଶ୍ରୀଲଙ୍କାର ନୂଆନ ପ୍ରଦୀପ ୨, ଲାହିରୁ କୁମାରା ଲକ୍ଷଣ ସନ୍ଦକାନ, ଓ୍ବାନିଣ୍ଡୁ ହାସରଙ୍ଗା ଓ ଶେହାନ ଜୟସୁରିୟା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ତରଫରୁ ଓପନର ଦନୁଷ୍କା ଗୁଣତିଲକା ସର୍ବାଧିକ ୧୩୩ ରନର ଶତକୀୟ ପାଳି ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦସୁନ ସନକା ୪୩, ଅଧିନାୟକ ଲାହିରୁ ଥିରିମାନେ ୩୬, ଉଇକେଟକିପର ବ୍ୟାଟ୍ସମ୍ୟାନ ମିନୋଦ ଭାନୁକା ୩୬ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ମହମ୍ମଦ ଆମୀର ୩, ଉସମାନ ସିନଓ୍ବାରୀ, ଓ୍ବାହାବ ରିୟାଜ, ଶଦାବ ଖାଁ ଓ ମହମ୍ମଦ ନଓ୍ବାଜ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ପାକିସ୍ତାନର ଅବିଦ ଅଲି ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ୫୦ ଓଭରରେ ୨୯୭/୯
(ଗୁଣତିଲକା- ୧୩୩, ଶନକା- ୪୩, ଥିରିମାନେ- ୩୬, ଭାନୁକା- ୩୬, ଆମୀର- ୩/୫୦)।
ପାକିସ୍ତାନ ୪୮.୨ ଓଭରରେ ୨୯୯/୫
(ଜମାନ- ୭୬, ଅବିଦ- ୭୪, ସୋହେଲ- ୫୬, ବାବର- ୩୧, ପ୍ରଦୀପ-୨/୫୩)।