Categories: Home Leftଖେଳ

ଦିନିକିଆ ପଦାର୍ପଣକୁ ମନେ ପକାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୬।୧୦- ଭାରତୀୟ ଅଲରାଉଣ୍ଡର ବୁଧବାର ନିଜ ଦିନିକିଆ ପଦାର୍ପଣବେଳର ଏକ ଫଟୋ ଶେୟାର କରିଛନ୍ତି। ଉକ୍ତ ଫଟୋରେ ତାଙ୍କୁ ପୂର୍ବତନ ଭାରତୀୟ ଅଧିନାୟକ କପିଳ ଦେବ ଦଳୀୟ କ୍ୟାପ ଦେଇଛନ୍ତି। ପାଣ୍ଡ୍ୟା ଧର୍ମଶାଳାଠାରେ ୨୦୧୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ଖେଳିଥିଲେ। ଏହି ମ୍ୟାଚ୍‌ରେ ସେ ୩ ଉଇକେଟ ନେଇଥିଲେ। ଉକ୍ତ ଫଟୋର କ୍ୟାପଶନରେ ସେ ଲେଖିଛନ୍ତି, ଆଜିର ଦିନର ୩ ବର୍ଷ ତଳେ ମୁଁ ଦିନିକିଆ ପଦାର୍ପଣ କରିଥିଲି। ଟିମ୍‌ ଇଣ୍ଡିଆ ସହ ଏପର୍ଯ୍ୟନ୍ତ ମୋ ଯାତ୍ରା ସ୍ମରଣୀୟ ହୋଇ ରହିଛି। ଦେଶ ପାଇଁ ଖେଳିବା ମୋର ସ୍ବପ୍ନ ଥିଲା। ଏହାଠାରୁ ଆଉ ବଡ଼ ସମ୍ମାନ ନାହିଁ। ହାର୍ଦ୍ଦିକ ଏପର୍ଯ୍ୟନ୍ତ ୧୧ ଟେଷ୍ଟ, ୫୪ ଦିନିକିଆ ଓ ୪୦ ଟି୨୦ ଖେଳିସାରିଛନ୍ତି। ବଡ଼ ଫର୍ମାଟରେ ସେ ୫୩୨ ରନ୍‌ କରିବା ସହ ୧୭ ଉଇକେଟ ନେଇଛନ୍ତି। ଦିନିକିଆରେ ୯୫୭ ରନ୍‌ ଓ ୫୪ ଉଇକେଟ ହାତେଇ ସାରିଛନ୍ତି। ଉଲ୍ଲେଖଥାଉ କି, ହାର୍ଦ୍ଦିକ ଲଣ୍ଡନଠାରେ ଅଣ୍ଟାର ତଳ ଭାଗରେ ଅସ୍ତ୍ରୋପଚାର କରାଇଛନ୍ତି। ଏଥିଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ ଲାଗି ଭାରତୀୟ ଦଳରେ ତାଙ୍କୁ ସାମିଲ କରାଯାଇ ନାହିଁ।