ଦିନକୁ ୧୦ଥର ଗାଧୋଇବା ସହ ନୋଟ୍‌ ଧୋଉଥିଲେ ମହିଳା, ତାଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ସ୍ବାମୀ

ମହୀଶୁର, ୨୦।୨: କର୍ନାଟକର ମହୀଶୁରରେ ଏକ ଅଭାବାନୀୟ ଘଟଣା ଘଟିଛି। ଦିନରେ ୧୦ଥର ଗାଧୋଇବା ସହ ନୋଟ୍‌ ଧୋଉଥିବା ମହିଳାଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି ସ୍ବାମୀ। ଶାନ୍ତମୂର୍ତ୍ତୀ(୪୦) ଓ ପୁତ୍ତମନୀ(୩୮)ଙ୍କ ବିବାହ ୧୫ ବର୍ଷ ପୂର୍ବରୁ ହୋଇଥିଲା। ପୁତ୍ତମନୀ ଜଣେ ଅନ୍ଧବିଶ୍ୱାସୀ ମହିଳା ଥିଲେ ବୋଲି ତାଙ୍କ ପଡୋଶୀ କହିଛନ୍ତି। ସେ ଦିନକୁ ୧୦ ଥର ଗାଧୋଇବା ସହ ନୋଟ୍‌ ଧୋଇଥାନ୍ତି। ଏହାସହ ନିଜ ପିଲାଙ୍କୁ ମଧ୍ୟ ବାରମ୍ବାର ଗାଧୋଇ ଦେଇଥାନ୍ତି। ଏହି କାରଣରୁ ପିଲାମାନଙ୍କ ଶରୀର ଅସୁସ୍ଥ ରହୁଥିଲା। ଏହାକୁ ନେଇ ଶାନ୍ତମୂର୍ତ୍ତୀ ସ୍ତ୍ରୀଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡା ଲାଗୁଥିଲା। ଦିନେ ବେଶୀ ଝଗଡା ଲାଗିବାରୁ ଶାନ୍ତମୂର୍ତ୍ତୀ ରାଗିକି ସ୍ତ୍ରୀଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିଲେ। ସ୍କୁଲରୁ ଫେରିବା ପରେ ତାଙ୍କ ଦୁଇ ପିଲାଙ୍କ ମାତାପିତାଙ୍କୁ ମୃତାବସ୍ଥାରେ ଦେଖି ପାଖ ପଡୋଶୀଙ୍କୁ ଜଣାଇଥିଲେ। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।