ଦିଗହରା ହୋଇଛି ସ୍ବଚ୍ଛ ଭାରତ ମିଶନ:ଅବ୍ୟବସ୍ଥାରେ ଜେନାପୁର ରେଳ ଷ୍ଟେଶନ

ଜେନାପୁର,୪-୯(ଡି.ଏନ୍‌.ଏ.)- ଯାଜପୁର ଜିଲା ଅନ୍ତର୍ଗତ ଜେନାପୁର ରେଲ୍‌ଓ୍ବେ ଷ୍ଟେଶନରେ ସ୍ବଚ୍ଛ ଭାରତ ଅଭିଯାନ ଦିଗହରା ହୋଇଛି। ବିଭାଗୀୟ ଅଧିକାରୀଙ୍କ ଦୁର୍ବଳମନୋଭାବ ଯୋଗୁ ଷ୍ଟେଶନଟି ଶୋଚନୀୟ ଅବସ୍ଥାରେ ପହଞ୍ଚତ୍ଥିବା ଅଭିଯୋଗ ହୋଇଛି। ଏଠାରେ ଯାତ୍ରୀମାନଙ୍କ ନିମନ୍ତେ ବସାଯାଇଥିବା ଶୁଦ୍ଧ ପିଇବା ପାଣି ଟ୍ୟାପ୍‌ ବେସିନ୍‌ଗୁଡିକରେ ଅନାବନା ଗଛ ଉଠିବା ସହ ଅଳିଆ ଆବର୍ଜନା ପୁରି ରହିଛି। କେତେକ ଟ୍ୟାପ୍‌ରେ ମଧ୍ୟ ପାଣି ଆସୁ ନାହଁି। ୨ ନମ୍ବର ପ୍ଲାଟଫର୍ମରେ ଶିଉଳି ମାଡିଗଲାଣି। ଅପରପକ୍ଷେ ୨, ୩ , ୪ ନମ୍ବର ପ୍ଲାଟଫର୍ମ ଉଚ୍ଚତା କରାଯାଇ ନ ଥିବାରୁ ଟ୍ରେନ୍‌ରୁ ଚଢିବା ଓ ଓହ୍ଲାଇବାରେ ଯାତ୍ରୀମାନେ ପାଇଁ ବୋହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ଲାଟଫର୍ମରେ ଥିବା ଶୌଚଳୟଟି ମରାମତି ଅଭାବରୁ ଆନାବନା ଗଛ ଉଠି ଜଙ୍ଗଲ ହେବା ଦ୍ୱାରା ସରୀସୃପଙ୍କ ବାସସ୍ଥଳୀ ପାଲଟିଛି। ଜେନାପୁର ଷ୍ଟେଶନ ରାସ୍ତାରେ ମଧ୍ୟ ଆଲୋକ ବ୍ୟବସ୍ଥା ନ ଥିବାରୁ ଯାତ୍ରୀମାନେ ଅନ୍ଧାରରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଅନେକ ଯାତ୍ରୀ ରାହାଜାନି ଓ ଛିନ୍‌ତାଇର ଶିକାର ହେଉଥିବା ଜଣାପଡିଛି। ଜନ ସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Share
Tags: jajpur