Categories: Home Leftଖେଳ

ଦର୍ଶକଙ୍କ ବିନା ଖେଳାଯିବ ଇଣ୍ଡିଆ ଓପନ

ନୂଆଦିଲ୍ଲୀ,୧୧।୩- ଇଣ୍ଡିଆ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଟୋକିଓ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଏହି ଇଭେଣ୍ଟ ବିନା ଦର୍ଶକରେ ଖେଳାଯିବ ବୋଲି ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବାଇ) ପକ୍ଷରୁ ରବିବାର କୁହାଯାଇଛି। କରୋନା ଭାଇରସ ଯୋଗୁ ଅନିଶ୍ଚିତତାରେ ଘେରି ହୋଇଯାଇଥିଲା ୪ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଟୁର୍ନାମେଣ୍ଟ। ବାଇ ଓ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ବୁଧବାର ଏକ ମିଳିତ ବିବୃତିରେ ଟୁର୍ନାମେଣ୍ଟ ଧାର୍ଯ୍ୟ ତାରିଖ (ଚଳିତମାସ ୨୪ରୁ ୨୯ )ରେ ଅନୁଷ୍ଠିତ ହେବ। କରୋନା ଭାଇରସରୁ ବଞ୍ଚତ୍ବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ। ଇନ୍ଦୀରା ଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମସ୍ଥିତ କେଡି ଯାଦବ ଷ୍ଟାଡିୟମରେ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଖେଳାଯିବ। କିନ୍ତୁ ଖେଳାଳି ଓ ଅଫିସିଆଲଙ୍କ ସୁରକ୍ଷା ଲାଗି କୌଣସି ଦର୍ଶକଙ୍କୁ ଷ୍ଟାଡିୟମ ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ପ୍ରଶଂସକମାନେ ୟୁଟ୍ୟୁବ ଓ ହଟଷ୍ଟାର ଭଳି ଅନଲାଇନ ପ୍ଲାଟଫର୍ମରେ ମ୍ୟାଚ୍‌ ଦେଖିପାରିବେ ବୋଲି ବାଇ ସାଧାରଣ ସମ୍ପାଦକ ଅଜୟ କେ ସିଙ୍ଘାନିଆ କହିଛନ୍ତି।