Women wearing masks as a preventive measure against the coronavirus walk at a traditional market in Seoul, South Korea, February 20, 2020. REUTERS/Heo Ran
ସିଓଲ,୨୧।୨: ଦକ୍ଷିଣ କୋରିଆରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଶହେ ଟପିଯାଇଥିବା ଶୁକ୍ରବାର ସୂଚନା ମିଳିଛି। ଏଠାରେ ପ୍ରାୟ ୨୦୪ ଜଣ ସଂକ୍ରମିତଙ୍କ ପରୀକ୍ଷା ପରେ ଏମାନଙ୍କ ମଧ୍ୟରୁ ଶହେରୁ ଊର୍ଦ୍ଧ୍ୱ କରୋନା ଭାଇରସ ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ କୋରିଆ ସେଣ୍ଟରସ୍ ଫର୍ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନଶନ(କେସିଡିସି) ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟାକୁ ଅପ୍ଡେଟ୍ କରାଯାଉଛି। ଦିନୁକ ଦିନ ଏହା ବଢୁଥିବାରୁ ଦକ୍ଷିଣ କୋରିଆ ସରକାରଙ୍କ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ଚାଇନାରେ ପ୍ରଥମ କରି ଦେଖାଦେଇଥିବା ଏହି କରୋନା ଭାଇରସ ଏବେ ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପିବାରେ ଲାଗିଛି।