EAST LONDON, SOUTH AFRICA - FEBRUARY 12: Beuran Hendricks (L) and Quinton de Kock (R) of South Africa celebrate dismissing Jason Roy during the First T20 International match between South Africa and England at Buffalo Park on February 12, 2020 in East London, South Africa. (Photo by Dan Mullan/Getty Images)
ଇଷ୍ଟ ଲଣ୍ଡନ, ୧୩।୨- ସ୍ଥାନୀୟ ବଫାଲୋ ପାର୍କରେ ବୁଧବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଟି୨୦ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୧ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଫଳରେ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ୧-୦ରେ ଅଗ୍ରଣୀଲାଭ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ ଉଇକେଟ ହରାଇ ୧୭୭ ରନ କରିଥିଲା। ଜବାବରେ ଇଂଲଣ୍ଡ ଏକଦା ବିଜୟ ଦ୍ୱାରରେ ପହଞ୍ଚତ୍ଥିଲେ ହେଁ ଚାପର ବଶବର୍ତ୍ତୀ ହୋଇ ମ୍ୟାଚ ହାତଛଡ଼ା କରିଥିଲା। ମ୍ୟାଚ ଜିତିବା ପାଇଁ ଇଂଲଣ୍ଡକୁ ଶେଷ ୨ ଓଭରରେ ୨୩ ରନ ଆବଶ୍ୟକ ହେଉଥିଲା। ଇଅନ ମୋର୍ଗାନ ଓ ମୋଇନ ଅଲୀ ପ୍ରତିପକ୍ଷ ବେନ୍ ହେଣ୍ଡ୍ରିକ୍ସ ବୋଲିଂ କରିଥିବା ୧୯ତମ ଓଭରରୁ ୧୬ ରନ ସଂଗ୍ରହ କରିଥିଲେ। ଏହି ଓଭରରେ ୨ ଚୌକା ଓ ୧ ଛକା ମାରିଥିବା ମୋର୍ଗାନ ୬ଷ୍ଠ ବଲ୍ରେ ଆଉଟ ହୋଇ ଯାଇଥିଲେ। ଅନ୍ତିମ ଓଭରରୁ ବିଜୟ ପାଇଁ ମାତ୍ର ୭ ରନ ଆବଶ୍ୟକ ହେଉଥିଲା। ମାତ୍ର ଲୁନ୍ଗି ଏନଗିଡିଙ୍କ ଓଭରରେ ଦଳ ୩ ଉଇକେଟ ହରାଇ ମାତ୍ର ୫ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ବିଜୟ ଲକ୍ଷ୍ୟଠାରୁ ଇଂଲଣ୍ଡ ୧ ରନ ଦୂରରେ ରହି ଯାଇଥିଲା।