PAARL, SOUTH AFRICA - FEBRUARY 22: George Linde of Cape Cobras celebrates during the Momentum One-Day Cup match between WSB Cobras and Hollywoodbets Dolphins at Eurolux Boland Park on February 22, 2019 in Paarl, South Africa. (Photo by Carl Fourie/Gallo Images)
ଜୋହାନ୍ସବର୍ଗ,୫।୯(ପିଟି): ଆସନ୍ତା ୧୫ ତାରିଖରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍ ଲାଗି ଘୋଷିତ ଦକ୍ଷିଣ ଆଫ୍ରିକା ଦଳରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ସ୍ଥାନ ପାଇଥିବା ଅଲରାଉଣ୍ଡର ଜନ-ଜନ ଟ୍ରେଭର ସ୍ମୁଟ୍ସ ଦଳରୁ ବାଦ୍ ପଡ଼ିଛନ୍ତି। ଦଳରେ ସ୍ଥାନ ପାଇବା ପାଇଁ ସେ ଏବେ ସମ୍ପୂର୍ଣ୍ଣ ଫିଟ୍ ନୁହନ୍ତି। ତାଙ୍କ ବଦଳରେ ବର୍ତ୍ତମାନ ଭାରତ ଏ’ ବିପକ୍ଷରେ ଅନ୍ଅଫିସିଆଲ ସିରିଜ୍ ଖେଳୁଥିବା ଜର୍ଜ ଲିଣ୍ଡେ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ଏହି ବାମହାତୀ ସ୍ପିନର ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରି ନାହାନ୍ତି। ୨୭ ବର୍ଷୀୟ କ୍ରିକେଟର ୫ ମ୍ୟାଚ୍ ବିଶିଷ୍ଟ ଅନ୍ଅଫିସିଆଲ ଦିନିକିଆ ସିରିଜ୍ର ଦ୍ୱିତୀୟ ମୁକାବିଲାରେ ଦ୍ରୁତ ୫୨ ରନ୍ କରିବା ସହ ୩ ମ୍ୟାଚ୍ରୁ ସମାନ ସଂଖ୍ୟକ ଉଇକେଟ ନେଇଥିଲେ। ଗତ ମାସରେ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ସ୍ପିନ କ୍ୟାମ୍ପର ସେ ଅଂଶବିଶେଷ ଥିଲେ। ସେ ଏପର୍ଯ୍ୟନ୍ତ ୭୫ ଟି୨୦ ଖେଳି ୧୩୯.୧୧ ଷ୍ଟ୍ରାଇକରେଟ୍ରେ ୬୧୧ ରନ୍ କରିବା ସହ ୭୭ ଉଇକେଟ ନେଇସାରିଛନ୍ତି। ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳିମାନେ ଶୁକ୍ରବାର ଭାରତ ଆସିବେ। ଦକ୍ଷିଣ ଆଫ୍ରିକା ଦଳ ତା’ର ୩ ମ୍ୟାଚ୍ ଟି୨୦ ସିରିଜ୍ ୧୫ ତାରିଖରେ ଧର୍ମଶାଳାଠାରୁ ଆରମ୍ଭ କରିବ।
ଦକ୍ଷିଣ ଆଫ୍ରିକା ଦଳ: କୁଇଣ୍ଟନ ଡି’କକ୍ (ଅଧିନାୟକ), ରାସି ଭାନ ଡର ଡୁସେନ (ଉପ ଅଧିନାୟକ), ତେମ୍ବା ବାଭୁମା, ଜୁନିଅର ଡାଲା, ବିଜର୍ନ ଫରଚୁନ, ବେରାନ ହେଣ୍ଡ୍ରିକ୍ସ, ରିଜା ହେଣ୍ଡ୍ରିକ୍ସ, ଡେଭିଡ ମିଲର, ଆନରିଚ ନର୍ଟଜେ, ଆଣ୍ଡିଲେ ଫେଲୁକ୍ୱାୟୋ, ଡ୍ବେନ ପ୍ରିଟୋରିଅସ, କାଗିସୋ ରବାଡା, ତାବ୍ରିଜ ଶାମ୍ସି ଓ ଜର୍ଜ ଲିଣ୍ଡେ।