Graphic shows large earthquake logo over broken earth and Richter scale reading
ଲଦାଖ,୧୨।୧: ରିକ୍ଟର ସ୍କେଲରେ ୫.୩ ତୀବ୍ରତାର ଏକ ଭୁକମ୍ପ ରବିବାର ଲଦାଖରେ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଏହା ସକାଳ ପ୍ରାୟ ୧୦ଟା ୫୪ରେ ଅନୁଭୂତ ହୋଇଥିବା ବେଳେ ଏଥିରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଅନ୍ୟପଟେ ରବିବାର ସକାଳେ ହିମାଚଳ ପ୍ରଦେଶର କଙ୍ଗରା ଜିଲାରେ ମଧ୍ୟ ସକାଳ ପ୍ରାୟ ୧୧ଟା ସମୟରେ ୩.୪ ତୀବ୍ରତାର ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ କଣସି କ୍ଷୟକ୍ଷତି ହୋଇ ନ ଥିବା ବେଳେ ଲୋକମାନଙ୍କ ମନରେ କିନ୍ତୁ ଭୟ ସୃଷ୍ଟି ହୋଇଛି।