Graphic shows large earthquake logo over broken earth and Richter scale reading
ଗୁଆହାଟୀ,୮।୯: ଆସାମ ରବିବାର ଭୂକମ୍ପ ଅନୁଭୁତ ହୋଇଛି। ଆସାମର କାର୍ବି ଅଙ୍ଗଲଙ୍ଗ ଜିଲାରେ ସକାଳ ୭ଟା ୩ରେ ଭୂକମ୍ପ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୩.୩ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ହିମାଚଳପ୍ରଦେଶର ଚାମ୍ବା ଅଞ୍ଚଳରେ ଶନିବାର ମଧ୍ୟ ରାତ୍ର ୧୨ଟା ୫ରେ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ଥିଲା। ଭୂକମ୍ପରେ କେହି ମୃତାହତ ହୋଇ ନ ଥିବା କୁହାଯାଉଛି।