Troops prepare for the arrival of Chinese President Xi Jinping (unseen) at the People's Liberation Army (PLA) Hong Kong Garrison in one of events marking the 20th anniversary of the city's handover from British to Chinese rule, in Hong Kong, China June 30, 2017. REUTERS/Damir Sagolj - RTS197GP
ନୂଆଦିଲ୍ଲୀ, ୧୨ା୬:ପୂର୍ବ ଲଦାଖ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ଲାଗି ଭାରତ ଓ ଚାଇନା ଆଲୋଚନା ଟେବୁଲକୁ ଯାଇ ସୈନ୍ୟ ପ୍ରତ୍ୟାହାର କରିଥିଲେ। ସେନା ଅଧିକାରୀସ୍ତରୀୟ ଆଲୋଚନା ମଧ୍ୟ କରାଯାଇ ସୀମାରେ ଶାନ୍ତିରକ୍ଷା ଲାଗି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଉଭୟେ ଚାଇନା ଓ ଭାରତୀୟ ସେନା ପଛକୁ ଫେରିଥିଲେ ଓ ଆପୋସ ସମାଧାନ ଲାଗି ଏକପ୍ରକାର ବାଟ ଫିଟିଥିଲା। ହେଲେ ଚାଇନା ପକ୍ଷରୁ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍ଏସି)ରେ ନିଜର ସୈନ୍ୟ ଠୁଳକରିବାରେ ଲାଗିଛି। ସମସ୍ତ ୪ ହଜାର କି.ମି. ଏଲ୍ଏସି ଅଞ୍ଚଳରେ ଚାଇନା ସୈନ୍ୟ ମୁତୟନ କରିଥିବା ବେଳେ ଭାରତ ପକ୍ଷରୁ ଅନୁରୂପ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତ ମଧ୍ୟ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ, ଅରୁଣାଚଳ ପ୍ରଦେଶ ସୀମାରେ ରଣକୌଶଳ ପ୍ରସ୍ତୁତି ଚଳାଇବା ସହ ଅତିରିକ୍ତ ସେନା ମୁତୟନ କରିଥିବା ଜଣାପଡ଼ିଛି।
ସୀମା ବିବାଦ ବର୍ଷ ବର୍ଷ ଧରି ଲାଗିରହିଥିବା ବେଳେ ଚାଇନା ସୈନ୍ୟ ଗତ ମେ’ରେ ଲଦାଖ ସେକ୍ଟର ଓ ସିକିମ ସୀମାକୁ ଲାଗି ସାମରିକ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। ନକୁ ଲା ଅଞ୍ଚଳରେ ପ୍ରବେଶ କରିବା ପରେ ଭାରତୀୟ ସେନା ଏହାକୁ ବିରୋଧ କରିବାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କେବଳ ଲଦାଖ ନୁହେଁ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ ଓ ଅରୁଣାଚଳ ପ୍ରଦେଶର ବିଭିନ୍ନ ସେକ୍ଟର୍ ସୀମାରେ ମଧ୍ୟ ଚାଇନା ସାମରିକ ନିର୍ମାଣ ଆରମ୍ଭ କରିଛି। ସୀମାର ଅତି ନିକଟରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ମୁତୟନ କରିଛି। ଚାଇନା ଆଡ଼ୁ ବିପଦ ଆଶଙ୍କାରେ ଭାରତ ସୀମାର ବିଭିନ୍ନ ସେକ୍ଟର୍ରେ ସେନା ପ୍ରସ୍ତୁତି ଚଳାଇ ରଣକୌଶଳ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଚାଇନା ହେଲିକପ୍ଟର ପଇଁତରା ମାରିଥିବା ହିମାଚଳ ପ୍ରଦେଶ ଅଞ୍ଚଳରେ ଅତିରିକ୍ତ ଯୁଦ୍ଧ ପ୍ରସ୍ତୁତି ଚାଲିଛି। ଉତ୍ତରାଖଣ୍ଡର ହର୍ସିଲ-ବରହୋଟି-ନେଲାଙ୍ଗ ଉପତ୍ୟକାରେ ଅତିରିକ୍ତ ସେନା ମୁତୟନ କରାଯାଇଛି। ଭାରତ ଓ ଚାଇନା ଶାନ୍ତି ଲଶଗି ଆଲୋଚନାକୁ ଗୁରୁତ୍ୱ ଦେଉଥିବା ବେଳେ ଭିତରେ ଯୁଦ୍ଧପ୍ରସ୍ତୁତି ଜାରି ରଖିଥିବା ପ୍ରକାଶ।