ତେଲେଙ୍ଗାନା ବିଧାନସଭାରେ ସିଏଏ, ଏନ୍‌ଆରସି, ଏନ୍‌ପିଆରକୁ ବିରୋଧ

ହାଇଦ୍ରାବାଦ,୧୬।୩: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ଏନ୍‌ଆରସି ଓ ଏନ୍‌ପିଆର ବିରୋଧରେ ତେଲେଙ୍ଗାନା ବିଧାନସଭାରେ ଏକ ପ୍ରସ୍ତାବ ପାସ୍‌ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଗୃହରେ ଏହି ପ୍ରସ୍ତାବକୁ ଉପସ୍ଥାପନ କରିଥିଲେ। ଏହି ଆଇନକୁ ସଂଶୋଧିତ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। କାରଣ ଦେଶରେ ଅଧିକାଂଶ ଲୋକଙ୍କ ପାଖରେ ବୈଧ କାଗଜପତ୍ର ନ ଥିବା ବେଳେ ଏହା ଲାଗୁ ହେବା ଯୋଗୁ ସେମାନଙ୍କୁ ଦେଶ ଛାଡିବାକୁ ପଡ଼ିପାରେ ବୋଲି ଆଶଙ୍କା ରହିଛି। ତେଣୁ ଜନତାଙ୍କୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ଯଥାସମ୍ଭବ ଉଦ୍ୟମ କରିବ ବୋଲି ଚନ୍ଦ୍ରଶେଖର ରାଓ ଏହି ପ୍ରସ୍ତାବରେ କହିଛନ୍ତି।