Categories: Home Leftଖେଳ

ତେନ୍ଦୁଲକରଙ୍କ ହୃଦୟ ଜିଣିଲେ ଦିବ୍ୟାଙ୍ଗ

ମୁମ୍ବାଇ,୪ା୧- ଛତିଶଗଡ଼ର ଦାନ୍ତଓ୍ବୋଡାରେ ରହୁଥିବା ଦିବ୍ୟାଙ୍ଗ ଶିଶୁ ନିଜ କ୍ରିକେଟ ଖେଳ ବଳରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ହୃଦୟ ଜିଣି ନେଇଛନ୍ତି। ତାଙ୍କ ନାମ ମଡ୍ଡା ରାମ। ସେ ଭଲ କ୍ରିକେଟ ଖେଳନ୍ତି। ସାଙ୍ଗମାନଙ୍କ ସହ ସେ କ୍ରିକେଟ ଖେଳୁଥିବା ବେଳର ଏକ ଭିଡିଓ ସଚିନ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ନିକଟରେ ଉକ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତାଙ୍କ ଗୋଡ଼ର ଆଣ୍ଠୁ ତଳକୁ ଅଚଳ ଥିଲେ ମଧ୍ୟ ଏହାକୁ ସେ ଖାତିର କରନ୍ତି ନାହିଁ। କ୍ରିକେଟ ଖେଖିବାବେଳେ ସେ ଦୌଡ଼ିବା ପାଇଁ ହାତ ବ୍ୟବହାର କରନ୍ତି।