Daniel Sturridge L of Trabzonspor and Olcay Sahan of Denizlispor during the Turkish Super League football match between Trabzonspor and Denizlispor at Medical Prk Stadium in Trabzon , Turkey on December 16 , 2019. PUBLICATIONxNOTxINxTUR
ଇସ୍ତାନ୍ବୁଲ୍,୭ା୫ (ଏଏଫ୍ପି)-ତୁର୍କୀ ଫୁଟ୍ବଲ ଲିଗ୍ ଜୁନ୍ ୧୨ରୁ ଆରମ୍ଭ ହେବ। ଦେଶର ଫୁଟ୍ବଲ ମହାସଂଘ ବୁଧବାର ଘୋଷଣା କରିଛି। କରୋନାଭାଇରସ୍ ମହାମାରୀ ଯୋଗୁ ମାର୍ଚ୍ଚରେ ମ୍ୟାଚଗୁଡ଼ିକ ସସ୍ପେଣ୍ଡ ରଖାଯାଇଥିଲା। ତୁର୍କୀ ଫୁଟ୍ବଲ ଫେଡେରେଶନ (ଟିଏଫ୍ଏଫ୍) ମୁଖ୍ୟ ନିହାତ୍ ଓଜ୍ଦିମିରଙ୍କ ସୂଚନା ଅନୁସାରେ ମ୍ୟାଚ୍ଗୁଡ଼ିକ ଜୁନ୍ ୧୨, ୧୩ ଓ ୧୪ରେ ଖେଳାଯିବ। ଅଗଷ୍ଟରେ ତୁର୍କୀ ଚାମ୍ପିୟନ୍ସ ଲିଗ୍ ଆୟୋଜନ କରିବା ନେଇ ସେ ଆଶାବାଦୀ ଅଛନ୍ତି। ପ୍ରକୃତରେ ଏହା ଇସ୍ତାନବୁଲ୍ର ଆତାତୁର୍କ ଅଳିମ୍ପିକ ଷ୍ଟାଡିୟମରେ ମେ ୩୦ରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ସେହିପରି ସୁପର ଲିଗ୍କୁ ଜୁଲାଇ ୨୬ ସୁଦ୍ଧା ଶେଷ କରିବା ଲାଗି ଟିଏଫ୍ଏଫ୍ର ଯୋଜନା ରହିଥିବା ଓଜ୍ଦିମିର କହିଛନ୍ତି