ତିନିଟିି ଫର୍ମାଟରେ ସଫଳତାର ରହସ୍ୟ ଖୋଲିଲେ କୋହଲି

ମୋହାଲିଠାରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚରେ ଭାରତ ୭ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଅଧିନାୟକ ବିରାଟ କୋହଲି ୫୨ଟି ବଲର ସମ୍ମୁଖୀନ ହୋଇ ୪ ଚୌକା ଓ ୩ ଛକା ସହ ୭୨ ରନରେ ଅପରାଜିତ ରହି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ମ୍ୟାଚ୍‌ ପରେ ନିଜ ସଫଳତାର ରହସ୍ୟ ଖୋଲିଛନ୍ତି ବିରାଟ। ମୋ ଶାର୍ଟରେ ଭାରତୀୟ ବ୍ୟାଜ୍‌ ଲଗାଯାଇଛି ସେଥିପାଇଁ ମୁଁ ନିଜକୁ ଗୌରବାନ୍ବିତ ମନେ କରୁଛି। ଦଳକୁ ଜିତାଇବା ଲାଗି ଯାହାବି କରିବାକୁ ପଡିବ ସେଥିଲାଗି ପୁରା ପ୍ରସ୍ତୁତ ବୋଲି ବିରାଟ କହିଛନ୍ତି। ତିନିଟିି ଫର୍ମାଟ୍‌ରେ  କିପରି ସଫଳତା ହାସଲ କରିଛନ୍ତି ବୋଲି  ପଚରାଯିବାରୁ ସେ କହିଥିଲେ, ସବୁବେଳେ ପରିସ୍ଥିତିକୁ ଦେଖି ଖେଳିବାକୁ ଚେଷ୍ଟା କରିଥାଏ। ଟେଷ୍ଟ, ଏକଦିବସୀୟ ଏବଂ ଟି-୨୦ ଫର୍ମାଟରେ ତାଳମେଳ ରଖି ଖେଳିଲେ ସଫଳତା ସହଜ। ଯଦି ଦଳକୁ ଜିତାଇବାର ଲକ୍ଷ୍ୟ ରଖି ଖେଳାଯାଏ ତେବେ ମାନସିକତା ମଧ୍ୟ ସେହିପରି ଭାବେ ଦୃଢ ହୋଇଯାଏ ବୋଲି ସେ କହିଛନ୍ତି।