South Africa's Imran Tahir (L) embraces South Africa's JP Duminy as he finishes his ten overs during the 2019 Cricket World Cup group stage match between Pakistan and South Africa at Lord's Cricket Ground in London on June 23, 2019. (Photo by SAEED KHAN / AFP) / RESTRICTED TO EDITORIAL USE (Photo credit should read SAEED KHAN/AFP/Getty Images)
ମାଞ୍ଚେଷ୍ଟର,୭।୭- ଭେଟେରାନ ସ୍ପିନର ଇମ୍ରାନ ତାହିର ଓ ଜେପି ଡୁମିନି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ଏଠାରେ ଖେଳାଯାଇଥିବା ଚଳିତ ବିଶ୍ୱକପ୍ର ଅନ୍ତିମ ଲିଗ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୧୦ ରନ୍ରେ ହରାଇ ଦକ୍ଷିଣ ଆଫ୍ରିକା ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। କ୍ୟାରିୟରର ଅନ୍ତିମ ମ୍ୟାଚ୍ରେ ଇମ୍ରାନ ତାହିର ଚମତ୍କାର ଫର୍ମରେ ଥିବା ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚଙ୍କ ଉଇକେଟ ନେଇଥିଲେ। କିନ୍ତୁ ସେ ସମ୍ପୂର୍ଣ୍ଣ ୧୦ ଓଭର ବୋଲିଂ କରିପାରି ନ ଥିଲେ। ସେହିଭଳି ଅଲରାଉଣ୍ଡର ଡୁମିନି ମଧ୍ୟ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ସେ ମାତ୍ର ୧୪ ରନ୍ କରି ଆଉଟ୍ ହୋଇଥିଲେ। ୪୦ ବର୍ଷୀୟ ଲେଗ୍ ସ୍ପିନର ତାହିର ୧୦୭ ମ୍ୟାଚ୍ରୁ ୧୭୩ ଉଇକେଟ ସହ ଦିନିକିଆ କ୍ୟାରିୟରର ଶେଷ କରିଛନ୍ତି। ଯେକୌଣସି ବ୍ୟାଟ୍ସମ୍ୟାନଙ୍କ ଉଇକେଟ ନେବା ପରେ ସେ ଯେଉଁଭଳି ଦୌଡ଼ନ୍ତି, ସେଥିଲାଗି ସେ ପରିଚିତ। ଅନ୍ୟପକ୍ଷରେ ଡୁମିନି ୧୯୯ ମ୍ୟାଚ୍ରୁ ୮୪.୫୮ ଷ୍ଟ୍ରାଇକ୍ ରେଟ୍ରେ ୫୧୧୭ ରନ୍ କରିଥିଲେ। ତାଙ୍କ ନାମରେ ୬୯ ଉଇକେଟ ମଧ୍ୟ ରହିଛି।