Afghan security forces inspect the site of a car bomb blast in Kabul, Afghanistan January 15, 2019. REUTERS/Mohammad Ismail - RC1FB59B0E40
କାନ୍ଦାହାର,୨୯ା୧୨(ଏଏଫ୍ପି): ଆଫଗାନିସ୍ତାନର ହେଲମଣ୍ଡ ପ୍ରଦେଶର ଏକ ସାମରିକ ଘାଟି ଉପରେ ତାଲିବାନ ଆତଙ୍କବାଦୀ ଆକ୍ରମଣ କରିବାରୁ ୧୦ ଜଣ ସୈନ୍ୟ ନିହତ ହୋଇଛନ୍ତି। ତାଲିବାନମାନେ ସାଙ୍ଗିନ୍ ଜିଲାରେ ଥିବା ସେନା ଘାଟି ପଯର୍ର୍ୟନ୍ତ ସୁଡ଼ଙ୍ଗ ଖୋଳି ଏହାକୁ ବିସ୍ଫୋରଣରେ ଉଡାଇଦେଇଥିଲେ। ଆକ୍ରମଣ ସମୟରେ ଉକ୍ତ ସେନା ବେସ୍ରେ୧୮ ଜଣ ସୈନ୍ୟ ଥିଲେ। ୪ ଜଣ ଆହତ ହୋଇଥିବା ବେଳେ ଅନ୍ୟ ୪ ଜଣ ଆତଙ୍କବାଦୀଙ୍କ ସହ ଲଢ଼େଇ କରିଥିଲେ। ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ ଗଣମାଧ୍ୟମକୁ ଏକ ବିବୃତି ପଠାଇ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି। ଆଫଗାନିସ୍ତାନରୁ ହିଂସା ଦୂର ପାଇଁ ଆମେରିକା ଓ ତାଲିବାନ ମଧ୍ୟରେ ଆଲୋଚନା ଜାରି ରହିଥିବାବେଳେ ଏଭଳି ବିସ୍ଫୋରଣ ଘଟିଛି। ଗତ ମଙ୍ଗଳବାର ବାଲ୍ଖ ପ୍ରଦେଶରେ ତାଲିବାନ ଆକ୍ରମଣରେ ୭ ସୈନ୍ୟ ନିହତ ହୋଇଥିଲେ।