??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ଆରଡି, ୨୧ା୮(ଡି.ଏନ.ଏ.)- ଉପର ମୁଣ୍ଡରେ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟାଜଳ ଆସିଛି । ବର୍ଷା ପରିମାଣ କମିବାରୁ ଆଖୁଆପଦାଠାରେ ମଙ୍ଗଳବାର ଜଳସ୍ତର ହ୍ରାସ ପାଇଥିବା ସୂଚନା ମିଳିଛି। ସେହିପରି ସ୍ଥାନୀୟ ଗାନ୍ଧୀଘାଟରେ ବିପଦ ସଙ୍କେତ ୬.୭୦ ମିଟର ଥିବା ବେଳେ ସନ୍ଧ୍ୟା ସୁଦ୍ଧା ଜଳସ୍ତର ୬.୪୧ ମିଟର ରହିଛି ା ବୈତରଣୀର ତଳି ଅଞ୍ଚଳ ତଥା ସାଳନ୍ଦୀ ଓ ବୈତରଣୀ ସଙ୍ଗମସ୍ଥଳ ସଂଲଗ୍ନ ଅଞ୍ଚଳରେ ବନ୍ୟା ଆଶଙ୍କା ଥିବାରୁ ଭଦ୍ରକ ଜିଲାପାଳ ଜ୍ଞାନ ରଞ୍ଜନ ଦାସ ମଙ୍ଗଳବାର ମଧ୍ୟାହ୍ଣରେ ଏସବୁ ଅଞ୍ଚଳ ବୁଲି ସ୍ଥିତି ନରୀକ୍ଷଣ କରିଛନ୍ତି। ଧାମନଗର ଜଳସେଚନ ବିଭାଗ ଉପଖଣ୍ଡ ଅଧିକାରୀ ଭୂବନାନନ୍ଦ ମହାନ୍ତି, କନିଷ୍ଠଯନ୍ତ୍ରୀ ଅରୁଣ କୁମାର ତ୍ରିପାଠୀ ମଙ୍ଗଳବାର ଅପରାହ୍ଣରେ ବୈତରଣୀ ନଦୀକୂଳିଆ ଗାଁ ବୋଡକ, ସାଠିବାଙ୍କୁଡା ଓ ସାଳନ୍ଦୀ ନଦୀ କୂଳବର୍ତ୍ତୀ ଗାଁ ଶିତଳପୁର ବୁଲି ଦେଖିଥିଲେ ା ଏସବୁ ଗାଁ ନିକଟରେ ନଦୀବନ୍ଧ ଦୃଢ ଥିବାରୁ ବନ୍ୟାସମ୍ଭାବନା ନାହିଁ ବୋଲି ଉପଖଣ୍ଡ ଅଧିକାରୀ କହିଛନ୍ତି। ତେବେ ଶିତଳପୁର ଗାଁରେ ସ୍କୁଲକୁ ଯିବା ରାସ୍ତାରେ ଜୁଆର ପାଣି ବୁଡି ରହିଥିବାରୁ ସେଠାରେ ବହ୍ଲା ମରାଯାଇ ବାଲିବସ୍ତା ପକାଯାଇଛି ା ପିଲାମାନେ ଏବେ ସ୍କୁଲକୁ ଯାଇପାରୁଥିବା ଗ୍ରାମବାସୀଜଣାଥିଲେ। ଜୁଆର ସମୟରେ ବାଲିବସ୍ତା ପାଖକୁ ପାଣି ଲାଗିଯାଉଥିବାରୁ ଏହାକୁ ଅଧିକ ଉଚ୍ଚ କରିିବାକୁ ଅଧିକାରୀମାନେ ଠିକାଦାରଙ୍କ ସହ ଆଲୋଚନା କରିଫେରିଛନ୍ତି। ତେବେ ଶୀତଳପୁରରେ ବାଲିବସ୍ତା ସ୍ଥାନରେ ପଥର ପ୍ୟାକିଂ କରାଯିବା ଲାଗି ଗ୍ରାମବାସୀ ଦାବି କରିଥିଲେ।