ତଣ୍ଟିରେ ମାଛକଣ୍ଟା ଲାଗିଥିଲେ ସହଜରେ ବାହାରିବାର ଉପାୟ ଜାଣନ୍ତୁ

ମାଛ ଖାଇବା ସମୟରେ ଅସାବଧାନତା ବଶତଃ ବେଳେବେଳେ ତଣ୍ଟିରେ କଣ୍ଟା ଲାଗିଯାଇଥାଏ। ଏଥିପାଇଁ ଜୀବନ ଚାଲିଯିବାର ମଧ୍ୟ ଭୟ ରହିଥାଏ। ଫଳରେ ଆମକୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଥାଏ। କିନ୍ତୁ ଏମିତି କିଛି ଘରୋଇ ଉପଚାର ଅଛି ଯାହାକୁ ପ୍ରୟୋଗ କଲେ ଆଉ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିବନି। ସହଜରେ ତଣ୍ଟିରୁ କଣ୍ଟା ବାହାରିଯିବ। ଜାଣନ୍ତୁ ଏ ସମ୍ପର୍କରେ…

ଶୁଖିଲା ରୁଟି : ତଣ୍ଟିରେ ମାଛକଣ୍ଟା ଲାଗିଥିଲେ ଶୁଖିଲା ରୁଟିକୁ ଗିଳିଦିଅନ୍ତୁ। ଏହା ଦ୍ୱାରା ସହଜରେ ତଣ୍ଟିରୁ କଣ୍ଟା ବାହାରି ଯାଇଥାଏ।

ଅଲିଭ ଅଏଲ : ତଣ୍ଟିରୁ ମାଛକଣ୍ଟା ବାହାରୁ ନ ଥିଲେ ସଙ୍ଗେ ସଙ୍ଗେ କିଛି ଅଲିଭ ଅଏଲକୁ ପିଇ ଦିଅନ୍ତୁ। ଦେଖିବେ କଣ୍ଟା ବାହାରିବାରେ ଏହା ଏକ ଭଲ ଉପାୟ।

ପାଚିଲା କଦଳୀ : ତଣ୍ଟିରୁ ମାଛକଣ୍ଟା ବାହାର କରିବା ପାଇଁ ଆଉ ଏକ ସହଜ ଉପାୟ ହେଲା ପାଚିଲା କଦଳୀକୁ ଗିଳିଦେବା। କଦଳୀ ଗିଳିବା ଦ୍ୱାରା କଣ୍ଟା ଭିତରକୁ ଚାଲିଯାଏ।

ଭାତ : ତଣ୍ଟିରେ ମାଛକଣ୍ଟା ଲାଗିଥିଲେ ଆଦୌ ବ୍ୟସ୍ତ ନ ହୋଇ ଶୁଖିଲା ଭାତକୁ ଗୁଣ୍ଡା କରି ଗିଳି ଦିଅନ୍ତୁ। ଦେଖିବେ ସଙ୍ଗେ ସଙ୍ଗେ କଣ୍ଟା ବାହାରି ଯିବ।

ଚୁଡ଼ା : କଞ୍ଚା ଚୁଡ଼ାକୁ ଭିଜାଇ ତାହାକୁ ବଲ୍‌ ଆକାର କରି ଗିଳି ଦିଅନ୍ତୁ। କଣ୍ଟା ବାହାରିଯିବ।