Australian bowler Mitchell Marsh turns at the end of his mark, during the first cricket test match between Australia and New Zealand in Brisbane November 9, 2015. REUTERS/Patrick Hamilton Picture Supplied by Action Images - MT1ACI14165892
ପର୍ଥ,୧୪।୧୦(ଏଏଫ୍ପି)- ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ ମାର୍ଶ ଶେଫିଲ୍ଡ ସିଲ୍ଡ ମ୍ୟାଚ୍ରେ ନିରାଶ ହୋଇ ଡ୍ରେସିଂରୁମ୍ କାନ୍ଥକୁ ମୁଥ ମାରି ଆହତ ହୋଇଛନ୍ତି। ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗତ ମାସରେ ଟେଷ୍ଟ ଦଳକୁ ଫେରିଥିଲେ। ରବିବାର ତାସମାନିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ସେ ୫୩ ରନ୍ କରି ଖେଳୁଥିବାବେଳେ କ୍ୟାଚ୍ ଆଉଟ୍ ହୋଇଥିଲେ। ଏହି ମ୍ୟାଚ୍ ଡ୍ର ସହ ଶେଷ ହୋଇଥିଲା। ଏଥିରେ ମାର୍ଶ ନିରାଶ ହୋଇ ଡାହାଣ ହାତକୁ ଫ୍ରାକଚର କରି ଦେଇଥିବା ଲାଗୁଛି। ତାଙ୍କ ହାତର ସ୍କାନ କରାଯିବା ପରେ ସମସ୍ୟାର ଗୁରୁତ୍ୱ ଓ କେତେ ଦିନ ବିଶ୍ରାମ ଦରକାର ତାହା ଜଣାପଡ଼ିବ। ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ଶୁକ୍ରବାର ତା’ର ପରବର୍ତ୍ତୀ ମ୍ୟାଚ୍ ଭିକ୍ଟୋରିଆକୁ ଭେଟିବ। ଏହି ମ୍ୟାଚ୍ରେ ଅଧିନାୟକ ମାର୍ଶଙ୍କ ଖେଳିବାର ସମ୍ଭାବନା ଖୁବ କମ୍। ଏଣୁ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବା ମାର୍ଶଙ୍କ ପାଇଁ କଷ୍ଟକର ହେବ। ସେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ୫ମ ଆଶେସ ଟେଷ୍ଟରେ ୮୬ ରନ୍ ବ୍ୟୟରେ ୭ ଉଇକେଟ ନେଇଥିଲେ।