Hurricane Dorian approaches the coast of Florida, U.S. in this August 29, 2019 NASA handout satellite image. NASA/Handout via REUTERS ATTENTION EDITORS - THIS IMAGE WAS PROVIDED BY A THIRD PARTY.
ଓ୍ବାଶିଂଟନ,୨।୯: ମାଡି ଆସୁଛି ସାମୁଦ୍ରିକ ଝଡ଼ ଡୋରିଆନ। ଏହା ଉତ୍ତର ବାହାମସରେ ଲ୍ୟାଣ୍ଡଫଲ୍ କରିବାର ଅନୁମାନ କରାଯାଉଛି। ଏହା ଆମେରିକାରେ ତାଣ୍ଡବ ରଚିବ ବୋଲି କହିଛି ଆମେରିକା ପାଣିପାଗ ବିଭାଗ। ତେଣୁ ଏବେଠାରୁ ଆମେରିକାର ପ୍ରାୟ ୬ଶହ ବିମାନ ଉଡାଣକୁ ବାତିଲ କରାଯାଇଛି। ଡୋରିଆନ ୫ ନମ୍ବର ଶ୍ରେଣୀଭୁକ୍ତ ହୋଇଥିବା ବେଳେ ଏହାର ପ୍ରଭାବରେ ଘଣ୍ଟାକୁ ୨୯୭ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିବା ସ୍ଥାନୀୟ ପ୍ରଶାସନ କହିଛି।