Faf du Plessis of South Africa receives Standard Bank One-Day International Cricketer of the Year award from Desiree Pooe, Head of Sponsorship Standard Bank during the 2019 Cricket South Africa Awards at the Sun Square Arena, Pretoria on the 03 August 2019 ©Muzi Ntombela/BackpagePix
ପ୍ରିଟୋରିଆ,୫ା୮- ଚଳିତ ବର୍ଷ ଚମତ୍କାର ପ୍ରଦର୍ଶନ ଲାଗି ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ଫାଫ ଡୁ’ପ୍ଲେସିଙ୍କୁ ପୁରସ୍କୃତ କରାଯାଇଛି। ପ୍ରିଟୋରିଆଠାରେ ଆୟୋଜିତ ବାର୍ଷିକ ଉତ୍ସବରେ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍ଏ) ପକ୍ଷରୁ ତାଙ୍କୁ ୨୦୧୯ ବର୍ଷର ଶ୍ରେଷ୍ଠ କ୍ରିକେଟର ଭାବେ ବିବେଚିତ କରାଯାଇଛି। ଏହି ସମ୍ମାନ ପାଇବାରେ ୩୫ ବର୍ଷୀୟ ଅଧିନାୟକ ଦେଶର ୧୧ତମ କ୍ରିକେଟର। ପୂର୍ବତନ ଅଧିନାୟକ ଗ୍ରେମ ସ୍ମିଥ, ଏବି ଡି’ଭିଲିୟର୍ସ, ଦ୍ରୁତ ବୋଲର ମାଖାୟା ଏନ୍ଟିନି, ଡେଲ ଷ୍ଟେଇନ, ଅଲରାଉଣ୍ଡର ସନ ପୋଲକ ଓ ଜ୍ୟାକ୍ସ କ୍ୟାଲିସ ଏହି ସମ୍ମାନ ପାଇଥିଲେ। ଅନ୍ୟପକ୍ଷରେ ଡେନ ଭାନ ନିକର୍କ ପୁଣି ଥରେ ମହିଳା କ୍ରିକେଟର ଅଫ୍ ଦ ଇୟର ପୁରସ୍କାର ପାଇଛନ୍ତି। ଗତ ୪ ବର୍ଷ ମଧ୍ୟରେ ୩ୟ ଥର ପାଇଁ ସେ ଏହି ସମ୍ମାନ ପାଇଛନ୍ତି। ଉଇକେଟକିପର ବ୍ୟାଟ୍ସମ୍ୟାନ କୁଇଣ୍ଟନ ଡି’କକ୍ ବର୍ଷର ଶ୍ରେଷ୍ଠ ଟେଷ୍ଟ ଖେଳାଳି ଓ ଡେଭିଡ୍ ମିଲରଙ୍କୁ ଶ୍ରେଷ୍ଠ ଟି୨୦ ଖେଳାଳି ଚୟନ କରାଯାଇଛି।