Dr Murali K Divi, Chairman and Managing Director of Divis Laboratories Ltd. at his ancestral house in Machilipatnam.
ହାଇଦ୍ରାବାଦ,୧୨-୮: ଡିଭିଜ ଲ୍ୟାବ୍ରେଟୋରିଜ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ(ସିଏମ୍ଡି) ମୁରଲୀ କେ.ଡିଭିଙ୍କୁ ୨୦୧୮-୧୯ରେ ବେତନ ଓ କମିଶନ ବାବଦରେ ମୋଟ ୫୮.୮୦ ଟଙ୍କା ପ୍ରଦାନ କରାଯାଇଛି। କୌଣସି ଭାରତୀୟ ଔଷଧ କମ୍ପାନୀରେ ସର୍ବାଧିକ ଦରମା ମିଳିବାରେ ମୁରଲୀ ହେଉଛନ୍ତି ପ୍ରଥମ। କମ୍ପାନୀର ବାର୍ଷିକ ରିପୋର୍ଟ ଅନୁସାରେ ତାଙ୍କର ପାରିଶ୍ରମିକ ଗତବର୍ଷ ତୁଳନାରେ ୪୬.୩୦ ପ୍ରତିଶତ ବୃଦ୍ଧି ପାଇଛି। କମ୍ପାନୀ ଚଳିତବର୍ଷ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏନ୍.ବି.ରମଣଙ୍କୁ ୩୦ କୋଟି ଏବଂ ମୁରଲୀଙ୍କ ପୁଅ ତଥା ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ କିରଣ ଏସ.ଡିଭିଙ୍କୁ ୨୦ କୋଟି ଟଙ୍କା ଅତିଥି ଅଧିକାରୀ ଭାବେ ପ୍ରଦାନ କରାଯାଉଛି। ମୁରଲୀଙ୍କୁ କମିଶନ ଭାବେ ୫୭.୬୧ କୋଟି ଟଙ୍କା ମିଳିଛି। ଆର୍ଥିକ ବର୍ଷ ୨୦୧୭-୧୮ରେ ତାଙ୍କୁ ୪୦.୨୦ କୋଟି ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଇଥିଲା, ଯେଉଁଥିରେ ୩୯ କୋଟି ଟଙ୍କା କମିଶନ ଥିଲା। ଏହି ସମୟରେ କମ୍ପାନୀର କର୍ମଚାରୀଙ୍କ ଦରମା ହାରାହାରି ୩.୯୬ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୮-୧୯ରେ ଟିକସ ପ୍ରଦାନ ପରେ କମ୍ପାନୀକୁ ୧୩୩୩ କୋଟି ଟଙ୍କା ଶୁଦ୍ଧ ଲାଭ ଏବଂ ୫୦୩୬ କୋଟି ଟଙ୍କାର ରାଜସ୍ବ ମିଳିଥିଲା।