ଡିଜେଲ ଲିଟର ପିଛା ୧୦ଟଙ୍କା ବଢିଲାଣି

ନୂଆଦିଲ୍ଲୀ,୨୪।୬: ମଙ୍ଗଳବାର ତୈଳ ଦର ପେଟ୍ରୋଲ ଲିଟର ପିଛା ୨୦ ପଇସା ଏବଂ ଡିଜେଲ ୫୬ ପଇସା ବୃଦ୍ଧି ପାଇଛି। ଫଳରେ ଡିଜେଲ ଦର ଲିଟର ପିଛା ୧୦.୨ ଟଙ୍କା ବୃଦ୍ଧି ପାଇଛି। ସେହିଭଳି ପେଟ୍ରୋଲ ଲିଟର ପିଛା ୨୦ ପଇସା ବୃଦ୍ଧି ଫଳରେ ଦେଶର ପେଟ୍ରୋଲ ଦର ମଧ୍ୟ ରେକଡର୍ର୍ ପରିମାଣରେ ବୃଦ୍ଧି ପାଇଛି ବୋଲି ତୈଳ ବିପଣନ କମ୍ପାନୀଗୁଡିକ ସୂଚନା ଦେଇଛନ୍ତି। ଗୋଟିଏ ପଟରେ ଲୋକଙ୍କର ଆର୍ଥିକ ଅବସ୍ଥା ଭଲ ନଥିବା ବେଳେ ଏହି ସମୟରେ ତେଲ ଦର ବୃଦ୍ଧି ସବୁ ବର୍ଗର ଗ୍ରାହକଙ୍କୁ ଚିନ୍ତାରେ ପକାଇଛି। ଗତ ୧୭ ଦିନ ମଧ୍ୟରେ ତେଲ ଦର ବୃଦ୍ଧି ପାଇ ଚାଲିଛି। ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ତେଲ ଦର ଏଭଳି ଭାବରେ ବୃଦ୍ଧି ପାଇବ। ଅନ୍ତର୍ଜାତୀୟ ତୈଳ ବଜାରର ଦର ହ୍ରାସ ହେଉ ନ ଥିବାରୁ ଏଭଳି ସ୍ଥିତି ଲାଗି ରହିବ ବୋଲି ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡିକଙ୍କ ପକ୍ଷରୁ କୁହାଯାଇଛି। ଚଳିତ ମାସ ୭ ରୁ ଆଜି ପର୍ଯ୍ୟନ୍ତ (ମଙ୍ଗଳବାର) ଦେଶର ତେଲ ଦର କ୍ରମାଗତ ଭାବରେ ବୃଦ୍ଧି ପାଇ ଚାଲିଛି। ଫଳରେ ପେଟ୍ରୋଲ ଉପରେ ୮.୫୦ ଟଙ୍କା ଏବଂ ଡିଜେଲ ୧୦.୨ ଟଙ୍କା ବୃଦ୍ଧି ପାଇଛି। ଏହି ଦର ବୃଦ୍ଧି ଫଳରେ ମଙ୍ଗଳବାର ପେଟ୍ରୋଲ ଦର ୭୯.୫୬ ଟଙ୍କାରୁ ବୃଦ୍ଧି ପାଇ ୭୯.୭୬ ଟଙ୍କା ଏବଂ ଡିଜେଲ ଦର ୭୮.୮୪ ଟଙ୍କାରୁ ବୃଦ୍ଧି ହୋଇ ୭୯.୪୦ ଟଙ୍କାରେ ପହଞ୍ଚତ୍ଛି। ଏହି ଦର ବୃଦ୍ଧି ଫଳରେ ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୮୦.୩୧ ଟଙ୍କା ଓ ଡିଜେଲ ଲିଟର ପିଛା ୭୭.୫୯ ଟଙ୍କା ଛୁଇଁଛି।