ଡାକ୍ତରଙ୍କ ପରେ ଆନ୍ଦୋଳନକୁ ଓହ୍ଲାଇଲେ ଶିକ୍ଷକ

କୋଲକାତା,୧୭।୬: ପଶ୍ଚିମବଙ୍ଗରେ ଗୋଟିଏ ପଟେ ଡାକ୍ତରଙ୍କ ଆନ୍ଦୋଳନ ସମସ୍ତଙ୍କ ମୁଣ୍ଡ ବିଗାଡି ଥିବା ବେଳେ ଏବେ ସେଠାରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଥିବା ସୂଚନା ମିଳିଛି। ଅଧିକ ଦରମା ଓ ଅନ୍ୟାନ୍ୟ ଅନେକ ଦାବି ନେଇ ଶିକ୍ଷକମାନେ କୋଳକାତା ସ୍ଥିତ ବିକାଶ ଭବନ ବାହାରେ ଆନ୍ଦୋଳନ କରିଛନ୍ତି। ସୂଚନାଯୋଗ୍ୟ, ଗତ ମଙ୍ଗଳବାରଠାରୁ କୋଲକାତାରେ ଜୁନିୟର ଡାକ୍ତରମାନେ ଆନ୍ଦୋଳନ କରିବା ପରେ ସେଠାରେ ରୋଗୀ ସେବା ବ୍ୟାହତ ହୋଇଛି। ଏହାକୁ ନେଇ ସୋମବାର ସାରା ଦେଶରେ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବାରୁ ପରିସ୍ଥିତି ଜଟିଳ ହୋଇ ପଡିଛି। ରୋଗୀ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି।