Categories: ଅନୁଗୋଳ

ଡାକ୍ତରଙ୍କୁ ମାଡ ମାରି ଯୁବକ ଗିରଫ

ତାଳଚେର, ୪ା୪(ନି.ପ୍ର.)-
ତାଳଚେର ଉପଖଣ୍ଡ ଡାକ୍ତରଖାନାର କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ମାଡ ମାରିବା ଅଭିଯୋଗରେ ତାଳଚେର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସେ ହେଲେ ବାସୁଦେବ ସିଂହ । ତାଳଚେର ୪ ନମ୍ବର ୱାର୍ଡର ପତିତପାବନ ସିଂଙ୍କ ସ୍ତ୍ରୀ ଅମୂଲ୍ୟଙ୍କ ଶୁକ୍ରବାର ଉପଖଣ୍ଡ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା।ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଚିକିତ୍ସାରେ ଅବହେଳା ଯୋଗୁଁ ମହିଳାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ଏଲ.ଏନ ପ୍ରସାଦଙ୍କୁ କେତେଜଣ ଯୁବକ ଠେଲାପେଲା କରିବା ସହିତ ମାଡ ମାରିଥିବା ନେଇ ଡାକ୍ତରଖାନା କର୍ତୃପକ୍ଷ ଥାନାରେ ଅଭିଯୋଗ କରିଥିଲେ । ଏ ନେଇ ନଂ ୧୨୦/୨୦ରେ ଏକ ମାମଲା ରୁଜୁ କରାଯାଇଥିଲା । ପୋଲିସ ଘଟଣାର ତଦନ୍ତ କରିବା ସହିତ ମୃତ ମହିଳାଙ୍କ ପୁଅକୁ ଗିରଫ କରି କୋର୍ଟଚାଲାଣ କରିଛି ।