President Donald Trump addresses the Nation from the Oval Office about the widening coronavirus crisis, Wednesday, March, 11, 2020. (POOL PHOTO by Doug Mills/The New York Times) NYTVIRUS NYTCREDIT: Doug Mills/The New York Times
ଓ୍ବାଶିଂଟନ,୧୦।୪: କରୋନା ସାରା ବିଶ୍ୱକୁ କବଳିତ କରିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏଥିପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)କୁ ଦୋଷ ଦେଇଛନ୍ତି। ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଚାଇନା ପକ୍ଷ ନେଇ କରୋନା ମହାମାରୀର ରାଜନୀତୀକରଣ କଲେ ବୋଲି ଟ୍ରମ୍ପ୍ ଅଭିଯୋଗ କରିଛନ୍ତି। ଏଥିସହିତ ଏହି ଜାତିସଂଘ ସଂସ୍ଥାର ପାଣ୍ଠି ବନ୍ଦ କରିଦେବାକୁ ଧମକ ଦେଇଛନ୍ତି। ଉପଯୁକ୍ତ ସମୟରେ ଡବ୍ଲ୍ୟୁଏଚ୍ଓ ସତର୍କ କରାଇଥିଲେ କରୋନା ଆଜି ଏଭଳି ଭୟଙ୍କର ସ୍ଥିତି ସୃଷ୍ଟି କରି ନ ଥାନ୍ତା ବୋଲି ସେ କହିଛନ୍ତି।