Categories: Home Leftଖେଳ

ଟ୍ରେନିଂ କ୍ୟାମ୍ପ ସ୍ଥଗିତ କଲା ଆରସିବି

ନୂଆଦିଲ୍ଲୀ,୧୬।୩- କରୋନା ଭାଇରସର ଭୟବହତା ଯୋଗୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ତା’ର ଟ୍ରେନିଂ କ୍ୟାମ୍ପକୁ ସ୍ଥଗିତ ରଖିଛି। ଏହା ଆସନ୍ତା ୨୧ ତାରିଖରୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିଲା। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ନିର୍ଦ୍ଦେଶନାମକୁ ପାଳନ କରିବାକୁ ସଭିଙ୍କୁ କହିଛି ଆରସିବି। ସଭିଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଆରସିବି ଟ୍ରେନିଂ କ୍ୟାମ୍ପ ୨୧ ତାରିଖରୁ ଆରମ୍ଭ ହେବାକୁ ଥିଲା। ଏବେ ଏହାକୁ ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ୨୦୨୦ ଆଇପିଏଲ ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ଆରସିବି କ୍ରିସ ମୋରିସ (ଦକ୍ଷିଣ ଆଫ୍ରିକା), ଆରୋନ ଫିଞ୍ଚ (ଅଷ୍ଟ୍ରେଲିଆ), କେନ ରିଚାର୍ଡସନ (ଅଷ୍ଟ୍ରେଲିଆ), ଡେନ ଷ୍ଟେଇନ (ଦକ୍ଷିଣ ଆଫ୍ରିକା) ଇସୁରୁ ଉଡାନା (ଶ୍ରୀଲଙ୍କା)ଙ୍କ ଭଳି ଷ୍ଟାର ଖେଳାଳିଙ୍କୁ କିଣିଥିଲ।