Categories: ମେଟ୍ରୋ

ଟ୍ରାଫିକ ଟ୍ରେନିଂ ପାର୍କର ପଞ୍ଚମ ବର୍ଷ ପୂର୍ତ୍ତି ପାଳିଲା ହୋଣ୍ଡା

ଭୁବନେଶ୍ୱର,୨୭-୬: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ (ଏଚ୍‌ଏମ୍‌ଏସ୍‌ଆଇ) ଭୁବନେଶ୍ୱର ଏବଂ କଟକସ୍ଥିତ ଟ୍ରାଫିକ ଟ୍ରେନିଂ ପାର୍କର ପଞ୍ଚମ ବର୍ଷ ପୂର୍ତ୍ତି ପାଳନ କରିଛି। ସ୍ଥାନୀୟ ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷଙ୍କ ସହ ମିଳିତ ଭାବେ କମ୍ପାନୀ ପୂର୍ତ୍ତୀ ପାଳନ କରିଥିବା ସୂଚନା ଦେଇଛି। କାର୍ଯ୍ୟକ୍ରମରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଅନୀଲ କୁମାର ସାମଲ, ଭୁବନେଶ୍ୱର-୧ ଆଞ୍ଚଳିକ ପରିବହନ ଅଧିକାରୀ ପି.କେ. ମହାନ୍ତି, ଭୁବନେଶ୍ୱର-୨ ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ ବେହେରା ଉପସ୍ଥିତ ଥିଲେ। ସ୍କୁଲ ଛାତ୍ରୀଛାତ୍ରୀଙ୍କ ପାଇଁ କମ୍ପାନୀ ପକ୍ଷରୁ ନିରାପତ୍ତା ସମର କ୍ୟାମ୍ପ ଏହି ଅବସରରେ ଶୁଭାରମ୍ଭ ହୋଇଥିଲା। ଗତ ୫ ବର୍ଷରେ କମ୍ପାନୀ ୨ ଲକ୍ଷରୁ ଅଧିକ ଲୋକଙ୍କୁ ସଡକ ସୁରକ୍ଷା ନେଇ ହୋଣ୍ଡା ସଚେତନ କରାଇଛି। ସେହିଭଳି ଡ୍ରିମ ରାଇଡିଂ ପଦକ୍ଷେପ ଦ୍ୱାରା ୮,୦୦୦ ମହିଳାଙ୍କୁ ୨ ଚକିଆ ଯାନ ଚାଳନା ନେଇ ତାଲିମ ଦିଆଯାଇଛି। ସଡକ ସୁରକ୍ଷା ସଚେତନତା ବୃଦ୍ଧି କରିବା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା କମ୍ପାନୀର ହୋଣ୍ଡା ମୋଟର ସାଇକେଲ ଇଣ୍ଡିଆର ବ୍ରାଣ୍ଡ ଏବଂ କମ୍ୟୁନିକେଶନ ଉପସଭାପତି ପ୍ରଭୁ ନାଗରାଜ କହିଛନ୍ତି।