Mandatory Credit: Photo by Evan Vucci/AP/REX/Shutterstock (10155748e) President Donald Trump listens to a question during a meeting with Irish Prime Minister Leo Varadkar in the Oval Office of the White House, in Washington Trump, Washington, USA - 14 Mar 2019
ଓ୍ବାଶିଂଟନ,୨୩ା୨(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦୁଇଦିନିଆ ଭାରତ ଗସ୍ତରେ ସୋମବାର ଆସୁଛନ୍ତି। ଅହମଦାବାଦରେ ତାଙ୍କୁ ସ୍ବାଗତ ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ମଙ୍ଗଳବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ୍ ଧର୍ମୀୟ ସ୍ବାଧୀନତା ପ୍ରସଙ୍ଗ ଉଠାଇବେ ବୋଲି ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି। ଭାରତର ଗଣତାନ୍ତ୍ରିକ ପରମ୍ପରା ଓ ଅନୁଷ୍ଠାନ ପ୍ରତି ଆମେରିକାର ଯଥେଷ୍ଟ ସମ୍ମାନ ରହିଛି। ଭାରତ ଏହି ମୂଲ୍ୟବୋଧ ବଜାୟ ରଖୁ ବୋଲି ଆମେରିକା ଚାହେଁ। ଟ୍ରମ୍ପ୍ଙ୍କ ଗସ୍ତ ପୂର୍ବରୁ ଆମେରିକା ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା କମିଶନ ଏକ ଫ୍ୟାକ୍ଟଶିଟ୍ (ତଥ୍ୟଫର୍ଦ୍ଦ) ପ୍ରକାଶ କରିଛି। ଭାରତ ସରକାର ଆଣିଥିବା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ସେଠାରେ ଧର୍ମୀୟ ସ୍ବାଧୀନତା ଅବକ୍ଷୟର ସୂଚନା ବୋଲି ଏଥିରେ ଉଲ୍ଲେଖ ରହିଛି। ଟ୍ରମ୍ପ୍ ମୋଦୀଙ୍କ ସହ ସିଏଏ ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି) ପ୍ରସଙ୍ଗରେ ଆଲୋଚନା କରିବେ କି ବୋଲି ପ୍ରଶ୍ନ ହେବାରୁ ହ୍ବାଇଟ୍ ହାଉସ୍ର ଜଣେ ଉଚ୍ଚ ପଦାଧିକାରୀ ଉପରୋକ୍ତ ମତ ଦେଇଛନ୍ତି। ପ୍ରକାଶ ଯେ, ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତ ଆସିଥିବା ପଡୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ଅଣମୁସଲମାନମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ ଲାଗି ସିଏଏରେ ବ୍ୟବସ୍ଥା ରହିଛି। ଧର୍ମ ଆଧାରରେ ନାଗରିକତ୍ୱ ପ୍ରଦାନକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି।