FILE PHOTO: U.S. President Donald Trump arrives for a photo opportunity with sheriffs from across the country on the South Lawn of the White House in Washington, U.S., September 26, 2019. REUTERS/Erin Scott/File Photo
ନୂଆଦିଲ୍ଲୀ,୨୨।୨(ପି.ଟି.): କୌଣସି ବିରୋଧୀ ଦଳ ନେତା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଆନୁଷ୍ଠାନିକ ଭାବେ ଭେଟିବା କାର୍ଯ୍ୟକ୍ରମ ନାହିଁ। ଭାରତ ଗସ୍ତରେ ଆସୁଥିତ୍ବା କୌଣସି ରାଷ୍ଟ୍ରମୁଖ୍ୟଙ୍କୁ ବିରୋଧୀ ପ୍ରତିନିଧି ନ ଭେଟିବା ଏହା ପ୍ରଥମ ଘଟଣା। ଭାରତରେ ଟ୍ରମ୍ପ୍ ୩୬ ଘଣ୍ଟା ରହିବେ ଏବଂ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ଟ୍ରମ୍ପ୍ଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଆୟୋଜିତ ଭୋଜିରେ ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ ଯୋଗଦେଇପାରନ୍ତି। ତେବେ ଟ୍ରମ୍ପଙ୍କ ସହ ତାଙ୍କର କିମ୍ବା ଅନ୍ୟ କୌଣସି ନେତାଙ୍କର ଆନୁଷ୍ଠାନିକ ସାକ୍ଷାତ କାର୍ଯ୍ୟକ୍ରମ ନାହିଁ। ସରକାରଙ୍କ ପକ୍ଷରୁ ସେପରି କୌଣସି ପ୍ରସ୍ତାବ ଦିଆଯାଇ ନ ଥିବା ମୁଖ୍ୟ ବିରୋଧୀ ଦଳର ବରିଷ୍ଠ ମୁଖପାତ୍ର ଆନନ୍ଦ ଶର୍ମା କହିଛନ୍ତି।