Israeli Prime Minister Benjamin Netanyahu chairs his weekly cabinet meeting at his office in Jerusalem on Sunday, January 26, 2020. (Dedi Hayun/Pool Photo via AP)
ଜେରୁଜେଲମ,୧୬।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଏକ ପ୍ରକାର ତା’ କବଳକୁ ନେଇ ସାରିଲାଣି। ଚାଇନା ପରେ ଏହା ପାଖାପାଖି ୧୪୫ ଦେଶକୁ ବ୍ୟାପିଥିବା ବେଳେ ଇଟାଲି ଏବେ ଏହାର ନୂଆ ଠିକଣା ପାଲଟି ଯାଇଛି। ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର କରୋନା ଟେଷ୍ଟ କରିଥିବା ବେଳେ ଏହା ନେଗେଟିଭ ଥିବା ଜଣାପଡିଥିଲା। ଟ୍ରମ୍ପ ନିକଟରେ ଯେଉଁ ପ୍ରତିନିଧି ମଣ୍ଡଳଙ୍କ ସହ ମିଶିଥିଲେ ସେମାନଙ୍କ ମଧ୍ୟରୁ ଜଣେ କରୋନାରେ ପୀଡ଼ିତ ଥିବା ଜଣାପଡିବା ପରେ ଟ୍ରମ୍ପ ତାଙ୍କର କରୋନା ଟେଷ୍ଟ କରାଇଥିଲେ। ଏହାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁ ମଧ୍ୟ ତାଙ୍କର କରୋନା ଟେଷ୍ଟ କରିଥିବା ଜଣାପଡିଛି। ହେଲେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା କହିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ। କେବଳ ନେତନ୍ୟାହୁ ନୁହେଁ ତାଙ୍କ ପାଖରେ ଥିବା କେତେଜଣଙ୍କର କରୋନା ଟେଷ୍ଟ କରାଯାଇଥିବା ବେଳେ ସମସ୍ତେ ସୁସ୍ଥ ଥିବା ଜଣାପଡିଛି।