Jasprit Bumrah of India celebrates taking 5 wicket during day 2 of the 2nd Test between West Indies and India at Sabina Park, Kingston, Jamaica, on August 31, 2019. (Photo by Randy Brooks / AFP) (Photo credit should read RANDY BROOKS/AFP/Getty Images)
କିଙ୍ଗଷ୍ଟନ,୧।୯(ପି.ଟି.)- ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଶନିବାର ଦ୍ୱିତୀୟ ଦିବସରେ ପ୍ରଥମ ଇନିଂସରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ବୁମ୍ରା ଏଥି ସହିତ ଟେଷ୍ଟରେ ତୃତୀୟ ଭାରତୀୟ ଭାବେ ସେ ଏହି ସଫଳତା ପାଇଛନ୍ତି। ପୂର୍ବରୁ ସ୍ପିନର ହରଭଜନ ସିଂ ଓ ଇଫାର୍ନ ପଠାନ ଟେଷ୍ଟରେ ହ୍ୟାଟ୍ରିକ ଅର୍ଜନ କରିବାର ସୌଭାଗ୍ୟ ପାଇଥିଲେ। ତେବେ ଟେଷ୍ଟରେ ଇଂଲଣ୍ଡର ମୋଇନ ଅଲି ୨୦୧୭ରେ ଶେଷଥର ପାଇଁ ହ୍ୟାଟ୍ରିକ ଉଇକେଟ ହାସଲ କରିଥିଲେ। ଦି ଓଭାଲ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଡିନ୍ ଏଲଗାର, କାଗିସୋ ରାବାଡ଼ା ଓ ମର୍ନି ମୋର୍କେଲଙ୍କ କ୍ରମାଗତ ୩ଟି ବଲ୍ରେ ଆଉଟ କରିଥିଲେ।
ଇନିଂସର ନବମ ଓ ବ୍ୟକ୍ତିଗତ ଚତୁର୍ଥ ଓଭରରେ ବୁମ୍ରା ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ବଲ୍ରେ ଯଥାକ୍ରମେ ଡାରେନ ବ୍ରାଭୋ, ଶମରା ବ୍ରୁକ୍ସ ଓ ରୋଷ୍ଟନ ଚେଜ୍ଙ୍କୁ ଆଉଟ କରିଥିଲେ। ତେବେ ଚେଜ୍ଙ୍କୁ ଆଉଟ କରିବା ପାଇଁ ବୁମ୍ରା ଅପିଲ କରି ନ ଥିଲେ। ବଲ୍ ଚେଜ୍ଙ୍କ ପ୍ୟାଡ୍ରେ ବାଜିଥିଲା। ଉଇକେଟକିପର ରିଷଭ ପନ୍ତ ଓ ସ୍ଲିପ୍ ଫିଲ୍ଡରମାନେ ଏଲ୍ବିଡବ୍ଲ୍ୟୁ ପାଇଁ ଅପିଲ କରିଥିଲେ ମଧ୍ୟ ଅମ୍ପାୟର ପଲ ରିଫେଲ ଏହାକୁ ଅସ୍ବୀକାର କରିଥିଲେ। ତେବେ ଦ୍ୱିତୀୟ ସ୍ଲିପ୍ରେ ଠିଆ ହୋଇଥିବା ଅଧିନାୟକ ବିରାଟ କୋହଲି ମଝିକୁ ଆସି ବୁମ୍ରାଙ୍କ ସହ ଆଲୋଚନା କରିଥିଲେ ଓ ଡିଆରଏସ୍ ନେଇଥିଲେ। ଏହାପରେ ଅବଶ୍ୟ ଅମ୍ପାୟର ଚେଜ୍ଙ୍କୁ ଆଉଟ୍ ଘୋଷଣା କରିଥିଲେ। ଫଳରେ ବୁମ୍ରା ହ୍ୟାଟ୍ରିକ ଅର୍ଜନ କରିଥିଲେ। ପ୍ରଥମ ଭାରତୀୟ ହରଭଜନ
୧୯ ବର୍ଷ ତଳେ ୨୦୦୧ରେ ହରଭଜନ ଇଡେନଗାର୍ଡେନରେ ଅଷ୍ଟ୍ରେଲିଆ ବିପକ୍ଷରେ ହ୍ୟାଟ୍ରିକ ଉଇକେଟ ହାସଲ କରିଥିଲେ। ସିରିଜ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ ହ୍ୟାଟ୍ରିକ ନେବା ସହ ୧୨୩ ରନ ବ୍ୟୟ କରି ମୋଟି ୭ ଉଇକେଟ ହାସଲ କରିଥିଲେ। ସେ ୭୨ତମ ଓଭରରେ ରକି ପଣ୍ଟିଂ, ଆଡମ ଗିଲଖ୍ରୀଷ୍ଟ ଓ ଶେନ ଓ୍ବର୍ନଙ୍କୁ ଆଉଟ କରିଥିଲେ। ପଣ୍ଟିଂ ଓ ଗିଲଖ୍ରୀଷ୍ଟଙ୍କୁ ସେ ଏଲ୍ବିଡବ୍ଲ୍ୟୁ କରିଥିଲେ। ତେବେ ଓ୍ବାର୍ନଙ୍କୁ ସେ ସଦାଗୋପାଲ ରମେଶଙ୍କ ଦ୍ୱାରା କ୍ୟାଚ୍ ଆଉଟ କରାଇଥିଲେ।
ପ୍ରଥମ ଓଭରରେ ଇର୍ଫାନଙ୍କୁ ହ୍ୟାଟ୍ରିକ
୨୦୦୬ରେ ପାକିସ୍ତାନ ବିପକ୍ଷ କରାଚୀ ଟେଷ୍ଟରେ ଭାରତୀୟ ଦ୍ରୁତ ବୋଲର ଇର୍ଫାନ ପଠାନ ପ୍ରଥମ ଓଭରର ଅନ୍ତିମ ୩ଟି ବଲ୍ରେ ସଲମନ ବଟ୍ଟ, ୟୁନିସ୍ ଖାଁ ଓ ମହମ୍ମଦ ୟୁସୁଫ୍ଙ୍କୁ ଆଉଟ କରିଥିଲେ। ପ୍ରଥମ ଓଭରରେ ବିନାସ୍କୋରରେ ପାକିସ୍ତାନ ୩ଟି ଉଇକେଟ ହରାଇଥିଲା। ପ୍ରଥମ ଓଭରରେ ଇର୍ଫାନ ହ୍ୟାଟ୍ରିକ୍ ନେବାରେ ପ୍ରଥମ ଭାରତୀୟ ବୋଲର ସାବ୍ୟସ୍ତ ହୋଇଥିଲେ।