India's bowler Ishant Sharma, second left, celebrates with teammates after bowling South Africa's captain Faf du Plessis for 63 runs during the second day of the second cricket test match between South Africa and India at Centurion Park in Pretoria, South Africa, Sunday, Jan. 14, 2018. (AP Photo/Themba Hadebe)
୧୯୦୦ ମସିହା ପୂର୍ବରୁ କ୍ରିକେଟରଙ୍କ ଡ୍ରେସ୍ କୋଡ୍ ନିର୍ଦ୍ଧାରଣ ନ ଥିଲା। ସାଧାରଣ ଡ୍ରେସ୍ ପିନ୍ଧି କ୍ରିକେଟରମାନେ ପଡିଆକୁ ଓହ୍ଲାଉଥିଲେ। ସେ ସମୟରେ କେବଳ ଟେଷ୍ଟ କ୍ରିକେଟ ଖେଳାଯାଉଥିଲା। ପ୍ରତି ଟେଷ୍ଟ ମ୍ୟାଚ୍ ୬ ଦିନ ଯାଏ ସକାଳୁ-ସନ୍ଧ୍ୟା ପର୍ଯ୍ୟନ୍ତ ଖେଳା ଯାଉଥିଲା। ଟେଷ୍ଟ ମ୍ୟାଚ୍ ଖରାରେ ଖେଳାଯାଉଥିବାରୁ ଖେଳାଳିମାନେ ଅଧିକ କ୍ଲାନ୍ତ ଅନୁଭବ କରୁଥିଲେ। ଖେଳାଳିଙ୍କୁ ଖରା ଦାଉରୁ ରକ୍ଷା କରିବା ପାଇଁ ଧଳା ଡ୍ରେସ୍ କୋଡ୍ ଲାଗୁ କରାଯାଇଥିଲା। ଧଳା ଡ୍ରେସ୍ ପିନ୍ଧିବା ଦ୍ୱାରା ଖେଳାଳିମାନେ ଆରାମ ଅନୁଭବ କଲେ। ଇଂଲଣ୍ଡର ଖେଳାଳିମାନେ ପ୍ରଥମେ ଧଳା ଡ୍ରେସ୍ ପିନ୍ଧି ଖେଳିବା ଆରମ୍ଭ କରିଥିଲେ। ଧୀରେ ଧୀରେ ଗୋବ୍ସ, ପ୍ୟାଡ୍ ମଧ୍ୟ ଧଳା ରଙ୍ଗ ରହିବାର ନିୟମ କରାଯାଇଥିଲା।