Denmark's Caroline Wozniacki reacts after her defeat against Tunisia's Ons Jabeur their women's singles match on day five of the Australian Open tennis tournament in Melbourne on January 24, 2020. (Photo by Greg Wood / AFP) / IMAGE RESTRICTED TO EDITORIAL USE - STRICTLY NO COMMERCIAL USE
ମେଲବୋର୍ନ,୨୪।୧(ଏଏଫ୍ପି)- କାରୋଲିନା ଓଜନିଆକିଙ୍କ ଉଜ୍ଜ୍ୱଳମୟ ଟେନିସ କ୍ୟାରିୟର ଅଷ୍ଟ୍ରେଲିଆନ ଓପନରେ ଶେଷ ହୋଇଛି। ଶୁକ୍ରବାର ନିମ୍ନ ର଼୍ୟାଙ୍କଧାରୀ ଟୁନିସିଆ ଖେଳାଳି ଓନ୍ସ ଜାବେଙ୍କଠାରୁ ୭-୫, ୩-୬, ୭-୫ ସେଟ୍ରେ ପରାଜୟ ସହ ଓଜନିଆକି ଅନ୍ତର୍ଜାତୀୟ ଟେନିସରୁ ବିଦାୟ ନେଇଛନ୍ତି। ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ଡେନମାର୍କ ଖେଳାଳି ଗତ ଡିସେମ୍ବରରେ ଅଷ୍ଟ୍ରେଲିଆନ ଓପନ କ୍ୟାରିୟରର ଅନ୍ତିମ ଟୁର୍ନାମେଣ୍ଟ ହେବ ବୋଲି ଘୋଷଣା କରିଥିଲେ। ୨୯ ବର୍ଷୀୟା ଓଜନିଆକି କ୍ୟାରିୟରରେ ୩୦ ଡବ୍ଲ୍ୟୁଟିଏ ଓ ଗୋଟିଏ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ୨୦୧୮ରେ ଏଠାରେ ହିଁ ପ୍ରଥମ ଓ ଅନ୍ତିମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନ ଟାଇଟଲ ଜିତିଥିଲେ। ତିନି ସେଟ ବିଶିଷ୍ଟ ମ୍ୟାଚ୍ ଓ ତ୍ରୁଟିପୂର୍ଣ୍ଣ ଫୋରହ୍ୟାଣ୍ଡ ଶଟ୍ ସହ ମୁଁ କ୍ୟାରିୟର ଶେଷ କରିଛି। କୋର୍ଟରେ ମୋର ଅବିଶ୍ୱସନୀୟ ଅଭିଜ୍ଞତା ରହିଛି। ମୋତେ ପ୍ରଶଂସକ ଓ ପରିବାରର ସମ୍ପୂର୍ଣ୍ଣ ସମର୍ଥନ ମିଳିଥିଲା। କୋର୍ଟରେ ବହୁତ ସ୍ମୃତି ରହିଛି, ଯାହା ମୋର ଶେଷ ପର୍ଯ୍ୟନ୍ତ ମନେ ରହିବ ବୋଲି ଭାବବିହ୍ବଳ ହୋଇ ଓଜନିଆକି ମ୍ୟାଚ୍ ପରେ କହିଛନ୍ତି।