PARIS, FRANCE - DECEMBER 02: Former US President Barack Obama delivers a speech during the 7th summit of "Les Napoleons" at Maison de la Radio on December 2, 2017 in Paris, France. Obama is the exceptional guest of "Les Napoleons" summit, a bi-annual symposium, created in 2015, dedicated to all the actors of innovation in communication and development around the world. (Photo by Chesnot/Getty Images)
ଓ୍ବାଶିଂଟନ,୨୯।୧୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ଟୁଇଟର୍ରେ ସର୍ବାଧିକ ଫଲୋୟର୍ସ ରହିଥିବା ଜଣାପଡିଛି। ଓବାମାଙ୍କର ରହିଛନ୍ତି ପ୍ରାୟ ୧୧୧ ମିଲିୟନ୍ ଫଲୋୟର୍ସ। ଏହି ତାଲିକାରେ ଓବାମା ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଥିବା ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇ ଦେଇଥିବା କୁହାଯାଉଛି। ଡିସେମ୍ବର ୧୫ ସୁଦ୍ଧା ପ୍ରସ୍ତୁତ କରାଯାଇଥିବା ଏହି ତାଲିକାରେ ଓବାମା ସବୁଠୁ ଆଗରେ ରହିଛନ୍ତି। ଓବାମା ତାଙ୍କ ବ୍ୟକ୍ତିତ୍ୱକୁ ନେଇ ବେଶ୍ ଲୋକପ୍ରିୟ ନେତାଭାବେ ଜଣାଶୁଣା। ଆମେରିକାର ଏହି ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ବିଭିନ୍ନ ସମୟରେ ସାଧାରଣ ଜନତାଙ୍କ ସହ ମିଶିବାର ଦୃଶ୍ୟ ମଧ୍ୟ ଅନେକ ସମୟରେ ବିଶ୍ୱବାସୀଙ୍କ ହୃଦୟ ଜିତିଥାଏ। ଏବେ ପ୍ରସ୍ତୁତ କରାଯାଇଥିବା ଟୁଇଟର୍ ଫଲୋୟର୍ସଙ୍କ ତାଲିକା ଦେଖିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୮ ନମ୍ବରରେ ରହିଥିବା ବେଳେ ବଲିଉଡ୍ ଅଭିନେତା ଶାହାରୁଖ ଖାଁ ୩୨, ଅମିତାଭ ବଚ୍ଚନ ୩୩, ସଲମାନ ଖାଁ ୩୫, ଅକ୍ଷୟ କୁମାର ୪୬ ନମ୍ବର ସ୍ଥାନରେ ରହିଛନ୍ତି। ସେହିପରି କ୍ରିକେଟର ବିରାଟ କୋହଲିଙ୍କୁ ୪୮ ତମ ସ୍ଥାନ ମିଳିଛି।