Categories: Home Leftଖେଳ

ଟୁଇଟରରେ ରୋନାଲ୍ଡୋଙ୍କ ଫଲୋଅର୍ସ ସବୁଠୁ ଅଧିକ, ତାଲିକାରେ ଅଛନ୍ତି କୋହଲି

ନୂଆଦିଲ୍ଲୀ,୨୯।୧୨- ପର୍ତ୍ତୁଗାଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ, ବ୍ରାଜିଲର ନେମାର କ୍ରିକେଟରଙ୍କ ମଧ୍ୟରେ ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କ ଭଳି କ୍ରୀଡ଼ାବିତଙ୍କ ଟୁଇଟରରେ ଫଲୋଅର୍ସ ସଂଖ୍ୟା ସବୁଠୁ ଅଧିକ। ରୋନାଲ୍ଡୋଙ୍କ ୮୧.୭ ନିୟୁତ ପ୍ରଶଂସକ ସହ ଶୀର୍ଷରେ ରହିଛନ୍ତି। ଏହା କେବଳ ତାଙ୍କ ଟୁଇଟରରେ ଫଲୋଅର୍ସ ସଂଖା। ୨୦୧୦ରୁ ଟୁଇଟର ବ୍ୟବହାର କରୁଥିବା ରୋନାଲ୍ଡୋ କେବଳ ୫୧ଜଣଙ୍କୁ ଫଲୋ କରୁଛନ୍ତି। ଏହି ତାଲିକାରେ ପ୍ରାୟତଃ ବର୍ତ୍ତମାନ ଓ ପୂର୍ବତନ ସାଥୀ ଖେଳାଳି ରହିଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ବିଶ୍ୱରେ ସର୍ବାଧିକ ଫଲୋଅର୍ସ ଥିବା ବ୍ୟକ୍ତିଙ୍କ ମଧ୍ୟରେ ରୋନାଲ୍ଡୋ ୬ଷ୍ଠ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି ନେମାର। ପିଏସ୍‌ଜି ଖେଳାଳିଙ୍କୁ ଟୁଇଟରରେ ୪୫ ନିୟୁତ ଫଲୋ କରୁଛନ୍ତି। ବିଶ୍ୱରେ ତାଙ୍କ ର଼୍ୟାଙ୍କ ୨୨। ଆମେରିକାର ବାସ୍କେଟବଲ ଖେଳାଳି ଲେବ୍ରନ ଜେମ୍ସ ୩ୟ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ୪୪.୩ ନିୟୁତ। ୩୪ ବର୍ଷୀୟ ଷ୍ଟାରଙ୍କ ଲୋକପ୍ରିୟତା ଚଳିତବର୍ଷ ଖୁବ ବୃଦ୍ଧି ପାଇଛି। ଏହି ତାଲିକାରେ ରହିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ତାଙ୍କୁ ଟୁଇଟରରେ ୩୨.୯ ନିୟୁତ ୟୁଜର୍ସ ଫଲୋ କରୁଛନ୍ତି। ଖେଳାଳିଙ୍କ ମଧ୍ୟରେ ୪ର୍ଥ ଓ ବିଶ୍ୱରେ ୪୮ତମ ସ୍ଥାନରେ ଅଛନ୍ତି। କୋହଲିଙ୍କ ପଛରେ ରହିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ୨୦୧୩ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ଏବେ ତାଙ୍କ ଲୋକପ୍ରିୟତା କମି ନାହିଁ। ବର୍ତ୍ତମାନ ଟୁଇଟରରେ ତାଙ୍କୁ ୩୧.୩ ୟୁଜର୍ସ ଫଲୋ କରୁଛନ୍ତି।

Share