CENTURION, SOUTH AFRICA - FEBRUARY 16: The England team pose for a photo after victory in the series during the Third T20 International match between South Africa and England at Supersport Park on February 16, 2020 in Centurion, South Africa. (Photo by Dan Mullan/Getty Images)
ସେଞ୍ଚୁରିଆନ,୧୭।୨- ସ୍ଥାନୀୟ ସୁପର ସ୍ପୋଟର୍ସ ପାର୍କ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ରେ ଇଂଲଣ୍ଡ ୫ଟି ବଲ ବାକି ରଖି ଘରୋଇ ଦକ୍ଷିଣ ଆଫ୍ରିକାକୁ ୫ ଉଇକେଟରେ ଅତି ସହଜରେ ପରାସ୍ତ କରିଛି। ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ୬ ଉଇକେଟ ହରାଇ ୨୨୨ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ୧୯.୧ ଓଭରରେ ୫ ଉଇକେଟ ହରାଇ ୨୨୬ ରନ କରି ବିଜୟୀ ହୋଇଥିଲା। ଏଥିସହିତ ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଇଂଲଣ୍ଡ ୨-୧ରେ ବିଜୟୀ ହୋଇଛି। ୨୨ଟି ବଲର ସମ୍ମୁଖୀନ ହୋଇ ୭ ଛକା ସହ ୫୭ ରନ କରି ଅପରାଜିତ ରହିବା ସହ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ସେହିପରି ସାରା ସିରିଜରେ ସ୍ଥିର ପ୍ରଦର୍ଶନ କରି ମୋର୍ଗାନ ମଧ୍ୟ ପ୍ଲେୟାର ଅଫ୍ ଦି ସିରିଜ ବିବେଚିତ ହୋଇଛନ୍ତି। ଇଂଲଣ୍ଡ ତରଫରୁ ଅନ୍ୟମାନଙ୍କ ମଧ୍ୟରେ ଜନି ବେୟାରଷ୍ଟୋ ୬୪ (୩୪ ବଲ, ୭ ଚୌକା, ୩ ଛକା), ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ୫୭ (୨୯ ବଲ, ୯ ଚୌକା, ୨ ଛକା), ବେନ୍ ଷ୍ଟୋକ୍ସ ୨୨ (୧୨ ବଲ, ୧ ଚୌକା, ୨ ଛକା)ରନ ସଂଗ୍ରହ କରିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ ଲୁନ୍ଗି ଏନ୍ଗିଡି ସର୍ବାଧିକ ୨ ଉଇକେଟ ନେଇଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ତରଫରୁ ଓପନର ଟେମ୍ବା ବଭୁମା ୨୪ ବଲରୁ ୪ ଚୌକା ଓ ୩ ଛକା ସହ ୪୯, ହେନରିଚ୍ କ୍ଲାସେନ ୩୩ ବଲରୁ ୪ ଚୌକା, ୪ ଛକା ସହ ୬୬, ଅଧିନାୟକ କ୍ୱିଣ୍ଟନ ଡିକକ ୨୪ ବଲରୁ ୧ ଚୌକା, ୪ ଛକା ସହ ୩୫, ଡେଭିଡ ମିଲର ୨୦ ବଲରୁ ୩ ଚୌକା, ୨ ଛକା ସହ ଅପରାଜିତ ୩୫ ରନ ସଂଗ୍ରହ କରିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଟମ୍ କୁରାନ ଓ ଷ୍ଟୋକ୍ସ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୨୨୨/୬
(କ୍ଲାସେନ-୬୬, ବଭୁମା- ୪୯, ଡିକକ- ୩୫, ମିଲର- ୩୫*, କୁରାନ- ୨/୩୩, ଷ୍ଟୋକ୍ସ- ୨/୩୩)।
ଇଂଲଣ୍ଡ ୧୯.୧ ଓଭରରେ ୨୨୬/୫
(ମୋର୍ଗାନ- ୫୭*, ବେୟାରଷ୍ଟୋ- ୬୪, ବଟଲର- ୫୭, ଷ୍ଟୋକ୍ସ- ୨୨, ଏନ୍ଗିଡି- ୨/୫୫)।