CHRISTCHURCH, NEW ZEALAND - MAY 22: New Zealand Cricket Chief Executive David White speaks to the media at Novotel Hotel Christchurch after on May 22, 2014 in Christchurch, New Zealand. (Photo by Martin Hunter/Getty Images)
ଖ୍ରୀଷ୍ଟଚର୍ଚ୍ଚ,୨୩।୪ (ପି.ଟି.): କୋଭିଡ୧୯ ସଂକ୍ରମଣ କାରଣରୁ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍ ଆୟୋଜନ ନେେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଏହି ମେଗା ଇଭେଣ୍ଟକୁ ସ୍ଥଗିତ ରଖିବା କିମ୍ବା ଘୁଞ୍ଚାଇବା ନେଇ ଆସନ୍ତା ଜୁଲାଇ ପୂର୍ବରୁ ନିଷ୍ପତ୍ତି ନେଇ ହେବନାହଁି ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ ହ୍ବାଇଟ୍ କହିଛନ୍ତି। ଟି୨୦ ବିଶ୍ୱକପ୍ ଅଷ୍ଟ୍ରେଲିଆରେ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି।
ବିଶ୍ୱକପ୍ ଘୁଞ୍ଚାଇବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଜୁଲାଇ ପୂର୍ବରୁ ଆଲୋଚନା କିମ୍ବା ନିଷ୍ପତ୍ତି ନେବା ସମ୍ଭବ ନୁହଁ ବୋଲି ହ୍ବାଇଟ୍ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମୁଖ୍ୟ କାର୍ଯ୍ୟକାରୀ କମିଟିରେ କୋଭିଡ-୧୯, ଅର୍ଥତ୍କ ସ୍ଥିତି ଓ ଟି୨୦ ବିଶ୍ୱକପ୍ ସମେତ ବିଭିନ୍ନ ଇଭେଣ୍ଟ ନେଇ ଆଲୋଚନା ହେବ। ଦେବେ ନିର୍ଦ୍ଧାରିତ ସମୟରେ ବିଶ୍ୱକପ୍ ଆୟୋଜନ କରିବାକୁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଆଗ୍ରହୀ ରହିଛି ଓ ଏ ନେଇ ସରକାରଙ୍କ ବିଭାଗୀୟ କତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରଖିଛି ହ୍ବାଇଟ୍ କହିଛନ୍ତି। ୨୦୧୧ ଫେବୃୟାରୀରେ ମହିଳା ବିଶ୍ୱକପ୍ ଆୟୋଜନ ହେବ। ତେବେ ଏହି ବିଶ୍ୱକପ୍ ସଂକ୍ରାନ୍ତରେ ଏବେଠାରୁ କିଛି ଆଲୋଚନା କରିବା ବା କହିବା ଠିକ ହେବନାହିଁ ବୋଲି ସେ ମତ ଦେଇଛନ୍ତି।
ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆ ସହିତ ସିରିଜ ଖେଳିବାକୁ ଆମେ ରାଜି ଅଛୁ। ଇତିମଧ୍ୟରେ ନ୍ୟୁଜିଲାଣ୍ଡର ନେଦରଲାଣ୍ଡ୍ସ ଟୁର ବାତିଲ ହୋଇଛି। ପୁଣି ୟୁକେ ଓ ଓ୍ବେଷ୍ଟଇଣ୍ଡିଜ ଗସ୍ତ ନେଇ ଆଶଙ୍କା ପ୍ରକାଶ ପାଇଛି । ସେହିପରି ପ୍ରସ୍ତାବିତ ସ୍କଟଲାଣ୍ଡ ଓ ଆୟର୍ଲାଣ୍ଡ ଗସ୍ତ ମଧ୍ୟ ପ୍ରଭାବିତ ହେବାର ସମ୍ଭାବାନ ରହିଛି ବୋଲି ହ୍ବାଇଟ୍ ସ୍ପଷ୍ଟ କରିଛନ୍ତି।