Indian cricket fans react as India bats against Australia during their Cricket World Cup semi-final match in Sydney, March 26, 2015. REUTERS/David Gray
ବର୍ମିଂହାମ,୨୯।୬- ଭାରତୀୟ ଦଳ ତା’ର ପରବର୍ତ୍ତୀ ଇଂଲଣ୍ଡ ବିପକ୍ଷ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ କମଳା ରଙ୍ଗର ଜର୍ସି ପିନ୍ଧିବ। ଜର୍ସିର ନୂଆ ଲୁକ୍ ସାମ୍ନାକୁ ଆସିବା ପରେ କେତେଜଣ ପ୍ରଶଂସକ ଏହାକୁ ପସନ୍ଦ କରିଥିବାବେଳେ ଆଉ କିଛି ନା ପସନ୍ଦ କରିବା ସହ କ୍ରୀଡ଼ାରେ ମୋଦି ସରକାରଙ୍କ ପ୍ରଭାବ ବୋଲି କହିଛନ୍ତି। ଜଣେ ପ୍ରଶଂସକ ଟୁଇଟ୍ କରିଛନ୍ତି, ଆମ ଦେଶ ଆଉ ଧର୍ମ ନିରପେକ୍ଷ ହୋଇ ରହିଲା ନାହିଁ। କମଳା ରଙ୍ଗ ପରିବର୍ତ୍ତେ ହଳଦିଆ କିମ୍ବା ସବୁଜ କିମ୍ବା ଅନ୍ୟ କିଛି ରଙ୍ଗର ଜର୍ସି ବ୍ୟବହାର କରାଯାଇପାରିଥାନ୍ତା। ଆଉ ଜଣେ ପ୍ରଶଂସକ ଭାରତୀୟ ଦଳର ନୂଆ ଜର୍ସିର ପଛ ଭାଗରେ ଜୟ ଶ୍ରୀରାମ ନ ହେଲେ ମନ୍ଦିର ଲେଖା ରହିବା ଉଚିତ ବୋଲି ଟୁଇଟ୍ କରିଛନ୍ତି। ନିକଟରେ ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ଏମ୍.ଏ. ଖାନ କହିଥିଲେ, ଜାତୀୟ ଦଳର ଜର୍ସିରେ କମଳା ରଙ୍ଗର ବ୍ୟବହାର କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ନରେନ୍ଦ୍ର ମୋଦିଙ୍କ ସରକାର ଦେଶରେ ସବୁକିଛି ବଦଳାଇ ଦେଉଛି। ଏଥିନେଇ ଉଦ୍ୟମ ଗତ ୫ ବର୍ଷ ହେଲା ଚାଲିଛି। ଉଲ୍ଲେଖଥାଉ କି, କମଳା ରଙ୍ଗ ଭାଜପାର ପାରମ୍ପରିକ ରଙ୍ଗ।