Tennis - ATP 500 - Fever-Tree Championships - The Queen's Club, London, Britain - June 23, 2019 Spain's Feliciano Lopez and Britain's Andy Murray celebrate winning their doubles final match against Rajeev Ram of the U.S. and Britain's Joe Salisbury with the trophy Action Images via Reuters/Tony O'Brien
ଲଣ୍ଡନ,୨୪।୬: ପୁରୁଷ ସିଙ୍ଗଲ୍ସ ବର୍ଗର ପୂର୍ବତନ ଶୀର୍ଷ ର଼୍ୟାଙ୍କ୍ଧାରୀ ଖେଳାଳି ଆଣ୍ଡି ମୁରେ ସଫଳତାର ସହ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ କୁଇନ୍ସ କ୍ଲବ ଟୁର୍ନାମେଣ୍ଟରେ ଡବଲ୍ସ ବର୍ଗର ଟାଇଟଲ ହାତେଇଛନ୍ତି। ୩୨ ବର୍ଷୀୟ ଖେଳାଳି ସ୍ପାନିଶ୍ ପାର୍ଟନର ଫେଲିସିଆନୋ ଲୋପେଜଙ୍କ ସହ ମିଶି ଏହି ସଫଳତା ପାଇଛନ୍ତି। ମୁରେ ଓ ଲୋପେଜଙ୍କ ଯୋଡ଼ି ଫାଇନାଲରେ ୭-୬(୮/୬), ୫-୭, ୧୦-୫ ସେଟ୍ରେ ଜୋ ସାଲିସବରି-ରଜୀବ ରାମଙ୍କୁ ହରାଇ ଦେଇଛନ୍ତି। ୩ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଗତବର୍ଷ ଅଣ୍ଟାରେ ଅସ୍ତ୍ରୋପଚାର କରାଇବା ପରେ ପ୍ରଥମ ଥର ପାଇଁ କୌଣସି ଟାଇଟଲ ଜିତିଛନ୍ତି। ୩୭ ବର୍ଷୀୟ ଲୋପେଜଙ୍କ ସହ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଓ୍ବିମ୍ବେଲଡନ ଓପନରେ ଭାଗନେଉ ନ ଥିବାରୁ ମୁରେ ଦୁଃଖ ପ୍ରକାଶ କରିଛନ୍ତି।