A grasshopper lands on a window in Encinitas, California, U.S. October 29,2018. REUTERS/Mike Blake
ଓ୍ବାଶିଂଟନ,୨୮।୭: ଆମେରିକାର ଲସ୍ ଭେଗାସ୍ ଉପତ୍ୟକାରେ ଏବେ ଝିଣ୍ଟିକା ଆକ୍ରମଣରେ ଲୋକେ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏଠାରେ ବର୍ଷାପାଗଯୋଗୁ ପ୍ରବଳ ମାତ୍ରାରେ ଝିଣ୍ଟିକା ହେଉଛନ୍ତି। ଫଳରେ ଏମାନେ ଲୋକଙ୍କୁ କାମୁଡି ଦେଉଛନ୍ତି। ଯଦିଓ ଏହା କ୍ଷତିକାରକ ନୁହେଁ ତଥାପି ଲୋକେ ଏହାକୁ ଡରି ଯାଉଛନ୍ତି। ଆଉ ଅନ୍ୟପଟେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଝିଣ୍ଟିକାଙ୍କ ଫଟୋ ଓ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି।