Categories: ଅନୁଗୋଳ

ଝିଅର ଏକୋଇଶିଆ ଦିନ ମା’ଙ୍କ ମୃତ୍ୟୁ

ଅନୁଗୋଳ ଅଫିସ, ୯।୬ – ଝିଅର ଏକୋଇଶିଆ ପାଳନ ପୂର୍ବରୁ ମା’ଙ୍କ ଜୀବନ ଯିବା ଘଟଣା ଶୁକ୍ରବାର ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ଘଟିଛି ଢେଙ୍କାନାଳ ଜିଲା ରାସୋଳ ଥାନା କାରନ୍ଦା ଗ୍ରାମରେ। ଗ୍ରାମର ରିତୁ ପୃଷ୍ଟି(୧୯) ୨୧ ଦିନ ପୂର୍ବରୁ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ହେଲେ ଛାତି ଯନ୍ତ୍ରଣାଜନିତ ରୋଗରେ ପୀଡ଼ିତ ରିତୁ କିଛି ଦିନ ତଳେ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଅନୁଗୋଳ ଓ ପରେ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ଝିଅର ଏକୋଇଶିଆ ଥିବାରୁ ଗୁରୁବାର ସେ କଟକରୁ ଡିସ୍‌ଚାର୍ଜ ହୋଇ ଶାଶୁଘରକୁ ଫେରିଥିଲେ। ଏକୋଇଶିଆ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ରିତୁ ଛାତିରେ ପୁଣି ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ପରିବାର ଲୋକ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ହୃଦ୍‌ଘାତରେ ରିତୁଙ୍କ ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି।