ଝାରସୁଗୁଡ଼ାରେ ଇନ୍ସପେକ୍ଟରଙ୍କ ଅଦଳବଦଳ

ଝାରସୁଗୁଡା ଅଫିସ,୩୦ା୫-ଝାରସୁଗୁଡା ଏସ୍‌ପି ରାହୁଲ ପିଆର ଜିଲାରେ କାର୍ଯ୍ୟରତ ଇନ୍ସପେକ୍ଟରଙ୍କ ମଧ୍ୟରେ ଅଦଳ ବଦଳ କରିଛନ୍ତି। ଚିଠି ସଂଖ୍ୟା ୫୩୪ରେ ସେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ଇନ୍ସପେକ୍ଟର ନଳିତା ମୋଦିଙ୍କୁ ବ୍ରଜରାଜ ନଗର ଥାନା ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି। ସେହିପରି ତାଳପଡିଆ ଫାଣ୍ଡି ଦାୟିତ୍ୱରେ ଥିବା ଇନ୍ସପେକ୍ଟର ପବିତ୍ର କିଶାନଙ୍କୁ ଲଖନପୁର ଥାନା ଅଧିକାରୀ ଭାବେ ବଦଳି କରାଯାଇଛି। ଲଖନପୁର ଥାନା ଅଧିକାରୀ ଇନ୍ସପେକ୍ଟର ବିବି ସେଠଙ୍କୁ ଓରିଏଣ୍ଟ ଥାନା ଓ ଓରିଏଣ୍ଟ ଥାନା ଅଧିକାରୀ ଇନ୍ସପେକ୍ଟର ଏସଡି ପାଣିଗ୍ରାହୀଙ୍କୁ ରେଙ୍ଗାଳି ଥାନାକୁ ବଦଳି କରାଯାଇଛି।